ରାଜନୀତି

ନିର୍ବାଚନମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

Posted on

ଭୁବନେଶ୍ୱର : ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଥିବା ବିଜେଡି ଆଜି କେନ୍ଦୁଝର ଜିଲ୍ଲା ପାଇଁ ନିର୍ବାଚନମଣ୍ଡଳୀସ୍ତରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ପାଇଁ ସଂଗ୍ରାମ କେଶରୀ ପାଇକରାୟ, ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ଅଶୋକ ବଳ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ଦୀପକ ଦାସଙ୍କୁ ନିଯୁକ୍ତ କରିଛନ୍ତି । ସେହିପରି କୋରାପୁଟ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ଭଗବାନ ଗନ୍ତାୟତ, ମାଲକାନଗିରି ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ସୁଧୀର ଷଡ଼ଙ୍ଗୀଙ୍କୁ ମନୋନୀତ କରିଥିବା ବେଳେ ରାଜ୍ୟ ସଂପାଦକ ଭାବେ ଟି. ଗୋପୀଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version