ରାଜନୀତି
ବିଜେଡି ଅନୁସୂଚିତ ଜନଜାତି ସାମ୍ମୁଖ୍ୟ ଗଠିତ
ଭୁବନେଶ୍ୱର, : ସାଧାରଣ ନିର୍ବାଚନରେ ଜାତିଆଣ କାର୍ଡ ଖେଳିବା ପାଇଁ ବିଜେଡି ଉଦ୍ୟମ କରିଛି । ଗତବର୍ଷ ଅନୁସୂଚିତ ଜାତି ସାମ୍ମୁଖ୍ୟ ଗଠନ କରିଥିବା ବିଜେଡି ଆଜିି ଅନୁସୂଚିତ ଜନଜାତି ସାମ୍ମୁଖ୍ୟ ଗଠନ କରିଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସାମ୍ମୁଖ୍ୟ ଗଠନକୁ ଅନୁମୋଦନ ଦେବା ସହ ସାମ୍ମୁଖ୍ୟର ରାଜ୍ୟ ଆବାହକ ଭାବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ନିଯୁକ୍ତି ଦେଇଛନ୍ତି । ଏହି ସାମ୍ମୁଖ୍ୟର ଉପସଭାପତି ଭାବେ ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ ଓ କୋରାପୁଟ ସାଂସଦ ଝିନ୍ନ ହିକ୍କାଙ୍କୁ ମନୋନୀତ କରାଯାଇଛି । ସେହିପରିି ସାଧାରଣ ସଂପାଦକ ଭାବେ ଉମରକୋଟ ବିଧାୟକ ସୁବାଷ ଗଣ୍ଡ, ବିଷମ କଟକ ବିଧାୟକ ଜଗନ୍ନାଥ ସାରକା, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, ବାଲିଗୁଡ଼ା ବିଧାୟକ ରାଜୀବ ପାତ୍ର, ତେଲକୋଇର ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାଏକ ଏବଂ ସୁନ୍ଦରଗଡ଼ର ବରିଷ୍ଠ ଜନଜାତି ନେତା ଏମ୍ମା ଏକ୍କାଙ୍କୁ ମନୋନୀତ କରାଯାଇଥିବା ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବିଜେଡି ପକ୍ଷରୁ ଗତବର୍ଷ ଅନୁସୂଚିତ ଜାତି ସାମ୍ମୁଖ୍ୟ ଗଠନ କରାଯାଇଥିଲା ଓ ବିଷ୍ଣୁ ଦାସଙ୍କୁ ଆବାହକ ଭାବେ ନିଯୁକ୍ତି ମିଳିଛି ।