ରାଜନୀତି

ବୈଜୟନ୍ତଙ୍କ ଇସ୍ତଫାକୁ ନେଇ ମତାମତ ଦେଲାନି ବିଜେଡି

Posted on

ଭୁବନେଶ୍ୱର: ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଉପରେ ବିଜେଡି କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି । ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ୍ ରିଲିଜ୍ରେ କହିଛନ୍ତି ଯେ ସାଂସଦ ପଣ୍ଡାଙ୍କ ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତିଙ୍କ ପାଖରେ ପହଞ୍ôଛଛି । ନିକଟରେ ତାଙ୍କ ପିତା ବିଶିଷ୍ଟ ଶିଳ୍ପପତି ଡକ୍ଟର ବଂଶୀଧର ପଣ୍ଡାଙ୍କ ବିୟୋଗ ଘଟିଥିବାରୁ ସ୍ୱର୍ଗତ ପଣ୍ଡାଙ୍କ ପରିବାରଏ ସମୟରେ ଶୋକାକୁଳ ପରିସ୍ଥିତିରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଡକ୍ଟର ପଣ୍ଡାଙ୍କ ବିୟୋଗରେ ମର୍ମାହତ ହୋଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ପରମ୍ପରା ଅନୁସାରେ ୧୧ଦିନ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା ପାଳନ କରାଯାଏ । ତେଣୁ ଏଭଳି ଏକ ଦୁଃସମୟରେ ତାଙ୍କ ଇସ୍ତଫା ଉପରେ ବିଜେଡି କୌଣସି ମତାମତ ଦେବା ଉଚିତ୍ ମଣୁନାହିଁ । ଉଚିତ୍ ସମୟରେ ଦଳ ଏ ସମ୍ପର୍କରେ ନିଜର ମତାମତ ରଖିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସୂଚନାଯୋଗ୍ୟ ସାଂସଦ ଶ୍ରୀ ପଣ୍ଡାଙ୍କୁ ବିଜେଡିରୁ ଜାନୁଆରୀ ୨୪ତାରିଖରେ ନିଲମ୍ବନ କରାଯାଇଥିଲା । ପଣ୍ଡାଙ୍କ ସହଯୋଗୀମାନେ ମଧ୍ୟ ଆଜି ତାଙ୍କୁ ସମର୍ଥନ ଜଣାଇ ବିଜେଡିରୁ ସମୂହ ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version