ରାଜନୀତି

୭ରୁ ପେଟ୍ରୋଲ ପମ୍ପ ଆଗରେ ୨ଘଣ୍ଟିଆ ଧାରଣା ଦେବ ବିଜେଡି

Posted on

ଭୁବନେଶ୍ଵର : କ୍ରମାଗତ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡି ରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଦଳ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ କହିଛନ୍ତି ଯେ, ଆଚ୍ଛେ ଦିନ ଆସିଛି ବୋଲି କହୁଥିବା କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ଯୋଗୁଁ ତୈଳ ଦର ବୃଦ୍ଧି ପାଇଁ ଚାଲିଛି। କେବଳ ସ୍ବପ୍ନ ଦେଖାଇବାରେ ମୋଦି ସରକାର ବ୍ୟସ୍ତ। ଆଚ୍ଛେଦିନ ପ୍ରତିଶ୍ରୁତି ଏବେ ପ୍ରତାରଣା କରିଚାଲିଛି। ତୈଳ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ ପରିମାଣରେ ପହଞ୍ଚିଛି। ତେଣୁ ବିଜେଡି କର୍ମୀମାନେ ଚଳିତ ମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ରାଜ୍ୟ ବ୍ୟାପୀ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଵେ। ଲୋକଙ୍କୁ ପ୍ରଚାର ପତ୍ର ବାଣ୍ଟି ସଚେତନ କରାଇବେ। ତୈଳ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢ଼ିବାରେ ଲାଗିଛି। ଯଦି ଏହା ପରେ ବି କେନ୍ଦ୍ର ସରକାରଙ୍କ ଚେତାବନୀ ନପଶେ ତା’ହେଲେ ଦଳ ଆନ୍ଦୋଳନକୁ ଦୁର୍ବାର କରିବ। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବିଜେଡି ନେତା ମାନେ କଡ଼ା ସମାଲୋଚନା କରିଥିଲେ। ଦଳର ଯୁବ, ଛାତ୍ର ଓ ମହିଳା ଶାଖା ମୁଖ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version