Latest

ସବୁ ବ୍ଲକରେ ବିଜେଡି କରିବ ମହିଳା ସମାବେଶ

ଭୁବନେଶ୍ୱର(ଓଡ଼ିଶା ୱେୟାର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଓ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରର ୨୦ବର୍ଷ ପୂର୍ତ୍ତ ଉଦ୍ଦେଶ୍ୟରେ ମାର୍ଚ୍ଚ ୫ତାରିଖରୁ ସପ୍ତାହବ୍ୟାପୀ ସମାରୋହ ପାଳନ କରିବାକୁ ଯୋଜନା କରିଥିବା ବିଜେଡି ସବୁ ବ୍ଲକରେ ମହିଳା ସମାବେଶ କରିବ। ଏହାସହିତ ମାର୍ଚ୍ଚ ୫ତାରିଖରେ କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ବଡ଼ଧରଣର କର୍ମୀ ସମାବେଶ କରି ଦଳ ନିଜର ମୁଖିଆ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ଲୋକପ୍ରିୟତାର ସନ୍ଦେଶ ଦେବାକୁ ପ୍ରୟାସ କରିବ ବୋଲି ସୂଚନା ମିଳିଛି।

Posted on

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ମହିଳା ସଂଗଠନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଳର ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତ୍ରୀମାନେ ନିଜ ନିଜର ମତାମତ ରଖିବାପରେ ରୁଦ୍ଧଦ୍ୱାର ବୈଠକ ବସି ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଓ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓ ରାଜ୍ୟସ୍ତରୀୟ ନେତ୍ରୀମାନେ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଚୂଡ଼ାନ୍ତ କରିଥିଲେ। ଆନ୍ତର୍ଜାତିକ ମହିଳା ଦିବସ ଅର୍ଥାତ ମାର୍ଚ୍ଚ ୮ରୁ ୫ଦିନ ବ୍ୟାପୀ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମହିଳା ସମାବେଶ କରାଯିବା ସହ ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତାକୁ ମହିଳା କର୍ମୀମାନଙ୍କ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି। ମାର୍ଚ୍ଚ ୫ତାରିଖରେ ବାଲିଯାତ୍ରା ପଡ଼ିଆରେ ଅତିକମରେ ୧ଲକ୍ଷ ଲୋକଙ୍କ ସମାଗମ କରିବାକୁ ଦଳ ନିଷ୍ପତ୍ତି ନେଇଥିବାବେଳେ ମାର୍ଚ୍ଚ ୬ ଓ ୭ତାରିଖ ଦୁଇଦିନ ଧରି ଜିଲ୍ଲାସ୍ତରରେ ପୂଜ୍ୟପୂଜା ପରମ୍ପରାକୁ ଦଳ ଆଗେଇ ନେବ । ଜିଲ୍ଲାସ୍ତରରେ ଥିବା ରାଜ୍ୟର ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେମାନଙ୍କର ଓଡ଼ିଶାର ବିକାଶ ପ୍ରତି ଥିବା ଅବଦାନକୁ ଦଳ ସ୍ମରଣ କରିବ। ଏସବୁ ବ୍ୟତୀତ ବିଜୁ ପକ୍କାଘର ଯୋଜନାରେ ପ୍ରାୟ ୨୦ଲକ୍ଷ ଘର ବଣ୍ଟନ କାର୍ଯ୍ୟ ପାଇଁ ରାଜ୍ୟର ବିଭିନ୍ନ ମନ୍ତ୍ରୀମାନଙ୍କୁ ଜିଲ୍ଲାକୁ ପଠାଯାଇ ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ ଘର ନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ ହେବ।
ବିଜେଡି ସରକାରର ୨୦ତମ ବର୍ଷ ପୂର୍ତ୍ତିକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କିଛି ନେତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇପାରେ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version