ରାଜନୀତି

କଂଗ୍ରେସରେ ସାମିଲ ହେଲେ ବହୁ ବିଜେଡି କର୍ମୀ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ):ଶତାଧିକ ବିଜେଡି କର୍ମୀ ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।ପିସିସି ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଟକ ଜିଲ୍ଲା ନିଆଳି ନିର୍ବାଚନମଣ୍ଡଳୀର ବିଜେଡି ନେତା ଅଭିମନ୍ୟୁ ମଲ୍ଲିକ ଓ ତାଙ୍କର ଶତାଧିକ ସମର୍ଥକଙ୍କୁ କଂଗ୍ରେସରେ ସ୍ୱାଗତ କରିଛନ୍ତି।
ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡିର ଏହି କର୍ମୀମାନଙ୍କର ସାମିଲ ଆଗାମୀ ଦିନରେ କଂଗ୍ରେସକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ।ସେହିପରି କଂଗ୍ରେସରେ ସାମିଲ ହୋଇଥିବା ଶ୍ରୀ ମଲ୍ଲିକ ବିଜେଡିକୁ କଡ଼ା ସମାଲୋଚନା କରି କହିଥିଲେ ଯେ ରାଜ୍ୟରେ ଏବେ ଏକ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି ।ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ସମର୍ଥନ ଜଣାଇ ସେ ନିଜର ସମର୍ଥକମାନଙ୍କ ସହ କଂଗ୍ରେସରେ ଯୋଗଦେଇଛନ୍ତି।ଏହି ମିଶ୍ରଣ ପର୍ବରେ କଂଗ୍ରେସ ନେତା ବିଭୁ ପ୍ରସାଦ ତରାଇ, ଗଣେଶ୍ୱର ବେହେରା, ସତ୍ୟପ୍ରକାଶ ନାୟକ, ଜୟନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version