Latest

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

Posted on

ନୂଆଦିଲ୍ଲୀ: ହ୍ୟାକ୍ ହେଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ। ରବିବାର ସକାଳେ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରି ଋଷ ସପକ୍ଷରେ ସମର୍ଥନ ଲୋଡ଼ିଲା ଦୁର୍ବୃତ୍ତ। ନଡ୍ଡାଙ୍କ ଅଫିସିଆଲ୍ ଆଇଡିରୁ ଟ୍ୱିଟ୍ କରି ଋଷିଆ ସମର୍ଥନରେ ପୋଷ୍ଟ କରାଯାଇଥିଲା। ଋଷିଆର ଲୋକମାନଙ୍କ ସହିତ ଛିଡ଼ା ହୁଅନ୍ତୁ। ଏବେ କ୍ରିପ୍ଟୋ କରେନ୍ସି ଦାନ ସ୍ୱୀକାର କରିବେ ବୋଲି ପୋଷ୍ଟରେ ଲେଖାଯାଇଥିଲା। ଏହାର କିଛି ସମୟ ପରେ ପୁଣିଥରେ ତାଙ୍କ ଆକାଉଣ୍ଟକୁ ରିଷ୍ଟୋର କରାଯିବା ସହିତ ଫ୍ୟାକ୍ ପୋଷ୍ଟକୁ ଡିଲିଟ୍ କରାଯାଇଛି।

ଏହି ଟ୍ୱିଟ୍ ପରେ ହ୍ୟାକର୍ ନଡ୍ଡାଙ୍କ ଆକାଉଣ୍ଟରୁ ଆଉ ଏକ ଟ୍ୱିଟ୍ କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା। ଯେମିତି ନଡ୍ଡା ଏପରି ପୋଷ୍ଟ କରିଛନ୍ତି ତା ଦର୍ଶାଇବାକୁ ଯାଇ ହ୍ୟାକର ଦ୍ୱିତୀୟ ପୋଷ୍ଟରେ ଲେଖିଥିଲା ” କ୍ଷମା କରିବେ ମୋ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଏଠାରେ ଋଷକୁ ଦାନ କରିବା ପାଇଁ, କାରଣ ତାଙ୍କୁ ସହଯୋଗର ଆବଶ୍ୟକତା ରହିଛି। ” ଏହାପରେ ଆକାଉଣ୍ଟ ହ୍ୟାକ୍ ହେବା ପରେ ଏହି ଟ୍ୱିଟ୍‌କୁ ତୁରନ୍ତ ଡିଲିଟ୍ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version