Latest

୨୦୨୪ରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବ: ନଡ୍ଡା

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନ କରିଛନ୍ତି। ଡିଜିଟାଲ ମିଡିଆ ମାଧ୍ୟମରେ ଜିଲ୍ଲାର ଏହି ଦଳୀୟ କାର୍ଯ୍ୟାଳୟଗୁଡ଼ିକର ଉଦଘାଟନ କରି ଶ୍ରୀ ନଡ୍ଡା ୨୦୨୪ ମସିହାରେ ଓଡ଼ିଶାରେ ବିଜେପି କ୍ଷମତାସୀନ ହେବ ବୋଲି କହିଛନ୍ତି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନ କରିଛନ୍ତି। ଡିଜିଟାଲ ମିଡିଆ ମାଧ୍ୟମରେ ଜିଲ୍ଲାର ଏହି ଦଳୀୟ କାର୍ଯ୍ୟାଳୟଗୁଡ଼ିକର ଉଦଘାଟନ କରି ଶ୍ରୀ ନଡ୍ଡା ୨୦୨୪ ମସିହାରେ ଓଡ଼ିଶାରେ ବିଜେପି କ୍ଷମତାସୀନ ହେବ ବୋଲି କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଆଜିି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁନ୍ଦରଗଡ଼, ବରଗଡ଼ , ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାଠାରେ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି। ଶ୍ରୀ ନଡ୍ଡା ଏହି ଅବସରରେ କହିଛନ୍ତି ଯେ, ଖୁବଶୀଘ୍ର ଓଡ଼ିଶାର ଆଉ ୬ଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟ ଉଦଘାଟନ ହେବ। ବିଜେପି ଓଡ଼ିଶାରେ ଆସନ୍ତା ୨୦୨୪ରେ କ୍ଷମତାସୀନ ହେବ। ଦଳର କର୍ମୀମାନଙ୍କ ମନୋବଳ ବେଶ୍ ଭଲ ରହିଛି। ଦିଲ୍ଲୀରେ ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ। ଭୁବନେଶ୍ୱର ଓ ରାଜ୍ୟର ନବନିର୍ମିତ କାର୍ଯ୍ୟାଳୟରେ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାଏକ, ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ଦଳର ନେତା ଓ କର୍ମୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ବିଜେପିର ବରିଷ୍ଠ ନେତା ଅମିତ୍ ଶାହ ଦଳର ରାଷ୍ଟ୍ରୀୟ ସଭାପତି ଥିବାବେଳେ ଦେଶର ପ୍ରତ୍ୟେକଟି ଜିଲ୍ଲାରେ ବିଜେପିର ନିଜସ୍ୱ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏସବୁ ଜିଲ୍ଲା କାର୍ଯ୍ୟାଳୟକୁ ଦିଲ୍ଲୀରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟ ସହ ଅନଲାଇନରେ ମାଧ୍ୟମରେ ଯୋଡ଼ିବା ନିମନ୍ତେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version