ରାଜନୀତି

୯ଲକ୍ଷ ନୂଆ ସଭ୍ୟ ସଂଗ୍ରହ କରିବ ରାଜ୍ୟ ବିଜେପି

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ୩ମାସ ମଧ୍ୟରେ ବିଜେପି ରାଜ୍ୟରେ ୯ଲକ୍ଷ ନୂଆ ସଦସ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ନେଇଛି। ଓଡ଼ିଶାରେ ସଦସ୍ୟତା ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବା ନିମନ୍ତେ ପୂର୍ବତନ ସାଂସଦ ଅନନ୍ତ ନାୟକଙ୍କୁ ଓଡ଼ିଶାର ସଦସ୍ୟତା ଅଭିଯାନର ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।
ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦଳୀୟ ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ। ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଣ୍ଟନ କରାଯାଏ। ଏବେ ବିଜେପିରେ ଓଡିଶାର ସଭ୍ୟ ସଂଖ୍ୟା ୩୬ ଲକ୍ଷ। ଚଳିତ ବର୍ଷ ଏଥିରେ ଆଉ ୨୫ ପ୍ରତିଶତ ନୁତନ ସଭ୍ୟଙ୍କୁ ବିଜେପିରେ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଶେଷ ଭାବେ ମହିଳା ଓ ଯୁବ ବର୍ଗଙ୍କୁ ବ୍ୟାପକ ଭାବରେ ଦଳରେ ସାମିଲ କରାଯିବ। ଆଗାମୀ ୩ ମାସ ଭିତରେ ବିଜେପିର ସଭ୍ୟ ସଂଖ୍ୟାକୁ ୪୫ ଲକ୍ଷରୁ ଅଧିକ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛିି। ପ୍ରତି ବୁଥସ୍ତର ଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରାଯିବ।
ରାଷ୍ଟ୍ରୀୟ ଉପ ସଭାପତି ତଥା ସଦସ୍ୟତା କେନ୍ଦ୍ରୀୟ ପ୍ରଭାରୀ ଶିବରାଜ ସିଂ ଚୌହାନଙ୍କ ଅନୁମୋଦନ କ୍ରମେ ଶ୍ରୀ ନାୟକଙ୍କୁ ଓଡ଼ିଶାର ସଦ୍ୟସତା ଅଭିଯାନର ପ୍ରଭାରୀ ଓ ରାଜ୍ୟ ବିଜେପି ପୂର୍ବତନ ସଙ୍ଗଠନ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀଙ୍କୁ ସଦସ୍ୟତା ଅଭିଯାନର ସହପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version