Latest

ଆଜିଠୁ ଡ୍ରାଇଭିଂ ଟେଷ୍ଟ ପାଇଁ ବୁକିଂ ଆରମ୍ଭ

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର):
କୋଭିଡ୍ କଟକଣା ପାଇଁ ‘ବି’ କାଟୋଗୋରିରେ ଥିବା ୯ଟି ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ଟେଷ୍ଟ ପାଇଁ ସ୍କଟ୍ ବୁକିଂ ଆରମ୍ଭ ହେବ। କେବଳ ପୁରୀ ଜିଲ୍ଲାକୁ ବାଦ୍ ଦେଇ ‘ବି’ କାଟୋଗୋରିଭୁକ୍ତ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରେ ଆସନ୍ତାକାଲି ସକାଳ ୧୧ଟାରୁ ଡ୍ରାଇଭିଂ ଲାଇସେନ୍ସ ନିମନ୍ତେ ସ୍କିଲ୍ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ।
ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍କଟ୍ ବୁକିଂ ପ୍ରକ୍ରିୟା ଗତ ଜୁନ୍ ୨୧ ଓ ଜୁଲାଇ ୫ତାରିଖରୁ ଆରମ୍ଭ ହୋଇଛି। ସେହିପରି ପୁରୀ ଜିଲ୍ଲା ପାଇଁ ଜୁଲାଇ ୧୩ତାରିଖ ସକାଳ ୧୧ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହୋଇପାରିବ। ତା’ପରଠୁ ପ୍ରତ୍ୟେକ ଦିନ ସକାଳ ୭ଟାରୁ ୧୦ଟା ପର‌୍ୟ୍ୟନ୍ତ ଡ୍ରାଇଭିଂ ସ୍କିଲ୍ ଟେଷ୍ଟ ନିମନ୍ତେ ସ୍ଲଟ ବୁକିଂ କରାଯାଇପାରିବ। ଯେଉଁମାନେ ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେମାନେ ହିଁ ଏହି ସ୍ଲଟ ବୁକିଂ କରିପାରିବେ। ଡ୍ରାଇଭିଂ ନବୀକରଣ ପାଇଁ ପୁନଃ ଟେଷ୍ଟ ନିମନ୍ତେ ଅନୁମତି ଦିଆଯିବ। ଆବେଦନକାରୀମାନେ ଟେଷ୍ଟ ସେଣ୍ଟରକୁ ଯିବାବେଳେ ସାଙ୍ଗରେ ନିଜର ବନ୍ଧୁ କିମ୍ବା ସାଙ୍ଗସାଥୀଙ୍କୁ ନଆଣିବା ତଥା କୋଭିଡ୍ ନିୟମ ମାନି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ଟେଷ୍ଟିଂ ସେଣ୍ଟରକୁ ଯିବାକୁ ପରାମର୍ଶ ଦିଆଯାଇଛି। ସେହିପରି କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟିଂ ନିମନ୍ତେ ଅନୁମତି ମିଳିବ ନାହିଁ।

Leave a Reply

Your email address will not be published. Required fields are marked *

Most Popular

Exit mobile version