Latest

ବ୍ରାଉନ ସୁଗର ଜବତ, ୫ ଗିରଫ

Posted on

ଜଳେଶ୍ୱର(ଓଡ଼ିଶା ୱେୟାର): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପାଲଟିଛି ନିଶା କାରବାରର ପେଣ୍ଠସ୍ଥଳ। ଗତକାଲି ଗୋଟିଏ ଦିନରେ ଏଠାରୁ ୭୯ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଗତକାଲି ସନ୍ଧ୍ୟାରେ ଜଳେଶ୍ୱରର ରାଜପୁର ଗାଁରୁ ଅବକାରୀ ବିଭାଗ ୨୪୦ ଗ୍ରାମ ଧଳା ଜହର ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଉକ୍ତ ଯୁବକଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସେ ଜଳେଶ୍ୱରରୁ ବ୍ରାଉନ୍‌ ସୁଗର କିଣି ଫେରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡ଼ିଥିଲା। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ।
ସେହିପରି ଗତକାଲି ରାତି ପ୍ରାୟ ୯ଟା ସମୟରେ ଜଳେଶ୍ୱର ପୁଲିସ ଝାଡ଼େଶ୍ୱରପୁର ଅଞ୍ଚଳରେ ଚଢ଼ଉ କରି ୩୦୦ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଜବତ ଧଳାଜହରର ଅନୁମାନିକ ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ଘର ଝାଡ଼େଶ୍ୱରପୁରରେ।
ଏହି ଚଢ଼ଉରେ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତି, ଏସଡିପିଓ ଅଙ୍କିତା କୁମ୍ଭାର ଓ ଏସ୍ଆଇ ଭୁବନ ମୋହନ ସେଠୀଙ୍କ ସହିତ ଅନ୍ୟ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version