ରାଜ୍ୟ
ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ବୁଲବୁଲ’: ଓଡ଼ିଶାରେ ବ୍ୟାପକ କ୍ଷତି
ବାତ୍ୟା ‘ବୁଲବୁଲ’ ଲ୍ୟାଣ୍ଡଫଲ୍ କରିଛି। ୩ରୁ ୪ ଘଣ୍ଟା ଧରି ତାଣ୍ଡବ ରଚିବା ପରେ ‘ବୁଲବୁଲ’ ସ୍ଥଳ ଭାଗ ଛୁଇଁଥିଲା। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିଲା। ବାତ୍ୟା ‘ବୁଲବୁଲ’ ସ୍ଥଳ ଭାଗ ଛୁଇଁବା ପ୍ରକ୍ରିୟା ରାତି ପ୍ରାୟ ସାଢ଼େ ୯ଟାରେ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ- ଖେପୁପରା ମଧ୍ୟରେ ବୁଲବୁଲର ଲ୍ୟାଣ୍ଡଫଲ୍ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟା ‘ବୁଲବୁଲ’ ପ୍ରଭାବରେ ଓଡ଼ିଶାର ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟିଛି।
ଭୁବନେଶ୍ୱର( ଓଡ଼ିଶା ୱେୟାର): ବାତ୍ୟା ‘ବୁଲବୁଲ’ ଲ୍ୟାଣ୍ଡଫଲ୍ କରିଛି। ୩ରୁ ୪ ଘଣ୍ଟା ଧରି ତାଣ୍ଡବ ରଚିବା ପରେ ‘ବୁଲବୁଲ’ ସ୍ଥଳ ଭାଗ ଛୁଇଁଥିଲା। ଏହି ସମୟରେ ପବନର ବେଗ ୧୧୫ରୁ ୧୨୫ କିମି ରହିଥିଲା। ବାତ୍ୟା ‘ବୁଲବୁଲ’ ସ୍ଥଳ ଭାଗ ଛୁଇଁବା ପ୍ରକ୍ରିୟା ରାତି ପ୍ରାୟ ସାଢ଼େ ୯ଟାରେ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗରଦ୍ୱୀପ- ଖେପୁପରା ମଧ୍ୟରେ ବୁଲବୁଲର ଲ୍ୟାଣ୍ଡଫଲ୍ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ବାତ୍ୟା ‘ବୁଲବୁଲ’ ପ୍ରଭାବରେ ଓଡ଼ିଶାର ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟିଛି।
ତେବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତୁ ସୂଚନା ମିଳିପାରି ନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିବା ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଖବର ହସ୍ତଗତ ହୋଇଛି। ବାତ୍ୟା ସ୍ଥିତିକୁ ଦେଖି ପଶ୍ଚିମବଙ୍ଗ ସରକାର ଲକ୍ଷେ ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି ।
ସେହିପରି କୋଲକତା ବିମାନ ବନ୍ଦରରୁ ସମସ୍ତ ସେବାକୁ ଆସନ୍ତାକାଲି ଯାଏଁ ବନ୍ଦ ରଖାଯାଇଛି। ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ବାତ୍ୟାରେ ଜଣେ ଲୋକଙ୍କ ଜୀବନ ଯାଇଥିବା ଖବର ମିଳିଛି। ତଳିଆ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ବୁଲ୍ବୁଲ ଲ୍ୟାଣ୍ଡଫଲ୍ କରିବା ବେଳେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ରେକର୍ଡ଼ କରିଛି। ବିଶେଷକରି ଇଷ୍ଟ ମେଦନାପୁର, ଦକ୍ଷିଣ-ଉତ୍ତର ଚବିଶ ପ୍ରଗଣା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।
ବାତ୍ୟା ‘ବୁଲବୁଲ’ ପ୍ରଭାବରେ ଓଡ଼ିଶାର ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗଛ ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭାଙ୍ଗି ପଡ଼ିଛି। ତେବେ ପୂର୍ବରୁ ପ୍ରସ୍ତୁତ ଥିବା ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ୟ୍ୟରେ ଲାଗି ପଡ଼ିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଜଗତସିଂହପୁରରେ ସବୁ ରାସ୍ତା ସଫା ହୋଇଛି। ଗୋଟିଏ ଫିଡର ଛାଡ଼ି ଜିଲ୍ଲା ସବୁ ସ୍ଥାନକୁ ବିଜୁଳି ସଂଯୋଗ ଦିଆଯାଇଛି। କେନ୍ଦ୍ରାପଡ଼ାରେ ୯ ବ୍ଲକରେ ବିଜୁଳି ପୁନର୍ବାହାଲ ହୋଇଛି। ୨ଟି ବ୍ଲକକୁ କାଲି ବିଦ୍ୟୁତ ସଂଯୋଗ ଦିଆଯିବ। ଭଦ୍ରକରେ ୫୦% ବିଜୁଳି ପୁନର୍ବାହାଲ ହୋଇଛି। ବାକି କାଲି ହୋଇଯିବ। ବାଲେଶ୍ୱରରେ ଆଜି ରାତି ସୁଦ୍ଧା ସବୁ ପୁନର୍ବାହାଲ କାମ ସରିଯିବ ବୋଲି ଏସ୍ଆର୍ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ୧୮୦ ମିଲିମିଟର, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ୧୫୦.୧ ମିଲିମିଟର ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ରେ ୧୩୬ ମିଲିମିଟର ବର୍ଷା ହୋଇଛି। ସେହିପରି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ୧୦୦ ମିଲିମିଟର, ଏରସମାରେ ୮୧ ମିଲିମିଟର, କୁଜଙ୍ଗରେ ୬୪ ମିଲିମିଟର, ବାଲିକୁଦାରେ ୫୬ ମିଲିମିଟର, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକରେ ୮୯.୦ ମିଲିମିଟର, ମହାକାଳପଡ଼ା ବ୍ଲକରେ ୭୫ ମିଲିମିଟର, ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକରେ ୭୨.୦ ମିଲିମିଟର, ବାଲେଶ୍ୱର ଜିଲ୍ଲ।ର ଭୋଗରାଇ ବ୍ଲକରେ ୫୨.୨ ମିଲିମିଟର ଓ ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକରେ ୫୧.୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।