ରାଜ୍ୟ

ବସ୍‌ ଭଡ଼ା କମିଲା

Posted on

ଭୁବନେଶ୍ୱର (ଓଡ଼ିଶା ୱେୟାର):ରାଜ୍ୟରେ ବସ୍‌ ଭଡ଼ା କମିଲା। ଅର୍ଡିନାରୀ ଓ ଏକ୍ସପ୍ରେସ୍‌ରେ କିମି ପିଛା ବସ୍‌ ଭଡ଼ା ୨ ପଇସା କମିଥିବା ବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୪ ପଇସା କମିଥିବାର ସୂଚନା ମିଳିଛି।ଡିଜେଲ ଦର କମିବା ପରେ ବସ୍‌ ଭଡ଼ା କମିଥିବା ଜଣାପଡ଼ିଛି।ପୂର୍ବରୁ ଅର୍ଡିନାରୀ ବସ୍‌ରେ କିମି ପିଛା ୭୦ ପଇସା ଥିଲା।ଏହାକୁ ୬୮ ପଇସା କରି ଦିଆଯାଇଛି।ଏକ୍ସପ୍ରେସ୍‌ ଭଡ଼ା କିମି ପିଛା ୭୩ ପଇସା ଥିବା ବେଳେ ଏହାକୁ ୨ ପଇସା ହ୍ରାସ କରି ୭୧ ପଇସା କରି ଦିଆଯାଇଛି।ସେହିପରି ଡିଲକ୍ସ ବସ୍‌ରେ ଭଡ଼ା କିମି ପିଛା ପୂର୍ବରୁ ୧୦୧ ପଇସା ଥିବା ବେଳେ ଏହା ୯୭ ପଇସା କରି ଦିଆଯାଇଛି।ସେହିପରି ଏସି ଡିଲକ୍ସ ବସ୍‌ରେ କିମି ପିଛା ବସ୍‌ ଭଡ଼ା ୧୨୩ ପଇସା ଥିବା ବେଳେ ଏହାକୁ ୧୧୯ ପଇସା କରି ଦିଆଯାଇଛି।ଯାତ୍ରୀ ବସ୍‌ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି। ଏହା ଦ୍ୱାରା ବସରେ ଗମନାଗମନ କରୁଥିବା ଲକ୍ଷାଧିକ ଯାତ୍ରୀ ଉପକୃତ ହେବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version