ରାଜ୍ୟ

ଓଡ଼ିଶାର ୧୭ ଜିଲ୍ଲାରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ): ଦେଶର ୬୩ଟି ଭୌଗଳିକ ଅଞ୍ଚଳରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପ ଆରମ୍ଭ ହେବ। ଫଳରେ ଦେଶର ଲକ୍ଷ ଲକ୍ଷ ପରିବାରକୁ ରନ୍ଧନ ଗ୍ୟାସ ପାଇପ ଯୋଗେ ଯୋଗାଇ ଦିଆଯାଇ ପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୨ରେ ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ।ସୋମବାର ଭୁବନେଶ୍ୱରରେ ଗେଲ୍ ପକ୍ଷରୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ଦେଶର ସମୁଦାୟ ୬୩ଟି ଭୌଗଳିକ ଅଞ୍ଚଳ ମଧ୍ୟରୁ ଓଡ଼ିଶାର ୧୭ଟି ଜିଲ୍ଲା ସ୍ଥାନ ପାଇଛି।
ସେହି ଜିଲ୍ଲାଗୁଡ଼ିକ ହେଲା,ସୁନ୍ଦରଗଡ଼,ଝାରସୁଗୁଡ଼ା,ଯାଜପୁର,କେନ୍ଦୁଝର,ଅନୁଗୁଳ,ଢେଙ୍କାନାଳ,ବାଲେଶ୍ୱର,ଭଦ୍ରକ,ମୟୂରଭଞ୍ଜ,ବରଗଡ଼,ଦେବଗଡ଼,ସମ୍ବଲପୁର, ଗଞ୍ଜାମ,ନୟାଗଡ଼, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା।ଭାରତ ଗ୍ୟାସ ରିସୋର୍ସ ଲିମିଟେଡ, ଆଦାନି ଗ୍ୟାସ ଲିମିଟେଡ୍ ଏବଂ ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ଗେଲ୍) ଏହି ପ୍ରକଳ୍ପ କାର‌୍ୟ୍ୟ ମିଳିତ ଭାବେ ହାତକୁ ନେଇଛନ୍ତି।

ଏଥିପାଇଁ ରାଜ୍ୟରେ ହାରାହାରି ୩୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବ। ଆସନ୍ତା ୮ ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରାଯିବ। ଏହି ପ୍ରକଳ୍ପ ଦ୍ୱାରା ୧୭ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପାଇପ ଯୋଗେ ରନ୍ଧନ ଗ୍ୟାସ ମିଳିବା ସହିତ ଉକ୍ତ କମ୍ପାନୀଗୁଡ଼ିକ ଯାନ ଇନ୍ଧନ ପାଇଁ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନଜି ) ଫୁଏଲ୍ ଷ୍ଟେଶନ ମଧ୍ୟ ସ୍ଥାପନ କରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version