ରାଜ୍ୟ

ମନ୍ତ୍ରିମଣ୍ଡଳ ଅଦଳବଦଳରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳକୁ ନେଇ କୌଣସି ଚିନ୍ତା କରାଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ସହ ଗତ କିଛିମାସ ଧରି ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପିପିଲି ଗଣଦୁଷ୍କର୍ମ ମାମଲାରେ ମହିଳାବିରୋଧୀ ବୟାନ ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ଏହି ଚର୍ଚ୍ଚା ଜୋରଦାର କରାଯାଇଥିଲା।
ସୂଚନାଯୋଗ୍ୟ, ନିୟମ ଅନୁସାରେ ମନ୍ତ୍ରିମଣ୍ଡଳରେ ନବୀନଙ୍କୁ ମିଶାଇ ୨୨ଜଣ ମନ୍ତ୍ରୀ ରହିବାର ପ୍ରାବଧାନ ରହିଛି। ୨୦୧୭ ଡିସେମ୍ବର ମାସରେ ଡାକ୍ତର ଦାମୋଦର ରାଉତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ହେବାପରଠୁ ମନ୍ତ୍ରିମଣ୍ଡଳରେ ୨ଟି ପଦବୀ ଖାଲି ପଡ଼ିଥିଲା। କିନ୍ତୁ ୨୦୧୭ ଅଗଷ୍ଟ ମାସରେ ମନ୍ତ୍ରିମଣ୍ଡଳ ଅଦଳବଦଳବେଳେ ନବୀନ ଗୋଟିଏ ପଦ ଖାଲି ରଖିଥିଲେ। ଗତ ସପ୍ତାହରେ ମହାରଥୀଙ୍କ ଇସ୍ତଫା ଯୋଗୁ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ସଂଖ୍ୟା ୩କୁ ବୃଦ୍ଧି ପାଇଛି।
ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବାରୁ ମାସକ ପାଇଁ ମନ୍ତ୍ରିମଣ୍ଡଳ ଅଦଳବଦଳ କରି ନବୀନ ଦଳ ଭିତରେ ଆଉ ଏକ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁନଥିବା ଚର୍ଚ୍ଚା।

Leave a Reply

Your email address will not be published. Required fields are marked *

Most Popular

Exit mobile version