ଭୁବନେଶ୍ୱର(ଓଡବ୍ଲ୍ୟୁ): ବିଶ୍ୱକପ୍ ପୁରୁଷ ହକି-୨୦୧୮ ରାଜଧାନୀ ଭୁବନେଶ୍ୱରରେ ୨୮ ତାରିଖରେ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପୁରା ରାଜଧାନୀ ସଜେଇ ହୋଇଛି । ଆସନ୍ତକାଲି ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ରେ ଉଦ୍ଘାଟନୀ ଉତ୍ସବ ଆୟୋଜିତ ହେବ । ଉଦ୍ଘାଟନୀ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକପ୍ରେ ଭାଗ ନେବାକୁ ଥିବା ଭାରତ ସମେତ ୧୬ଟି ଦେଶର ଟିମ୍ ଆସି ଭୁବନେଶ୍ୱରରେ ମଧ୍ୟ ପହଞ୍ଚି ସାରିଛନ୍ତି । ଆଜି ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ପରିସରରେ ୧୬ଟି ଟିମ୍ର ଅଧିନାୟକଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସାକ୍ଷାତ କରିଛନ୍ତି । ଟ୍ରଫି ପାଖରେ ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଏହାସହ ଗୋଟିଏ ଦିନର ଅପେକ୍ଷା ପରେ ହକି ମହାକୁମ୍ଭ ଆରମ୍ଭ ହେବ ।
ନୂଆବର୍ଷରୁ ଚାଷୀ ପଞ୍ଜିକରଣ: ମିଳିବ ୟୁନିକ୍ ନମ୍ବର ଓ ଡିଜିଟାଲ ଚାଷୀ କାର୍ଡ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ ସରକାରଙ୍କ ପାଖରେ ରହିବ । ଏଥିପାଇଁ ସମସ୍ତ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି...