Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିରେ ମିଶିବେ ଦିଲ୍ଲୀପ ରାୟ, ଦେଲେ ସଙ୍କେତ

ରାଉରକେଲା(ଓଡବ୍ଲ୍ୟୁ):ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଖୁବଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ ।ସେ ୪-୫ଦିନ ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି।

ଆଜି ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ଶ୍ରୀ ରାୟ କହିଛନ୍ତି ଯେ “ରାଉରକେଲାବାସୀଙ୍କ ଦୀର୍ଘଦିନର ୨ଟି ଦାବିକୁ ସେ ଦୋହରାଇ ଆସୁଛନ୍ତି।ଗୋଟିଏ ହେଲା ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ପୋଲ ଓ ଅନ୍ୟଟି ରାଉରକେଲାରେ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ।ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏଠାରେ ପ୍ରତିଶ୍ରୁତି ଦେଇଥିଲେ।ସେ ମଧ୍ୟ ଦିଲ୍ଲୀ ଓ ଚାରିଆଡ଼େ ଯାଇ ଯେତିକି ଅନୁରୋଧ କରିବା କଥା କଲେ।ଏହି ଦୁଇଟି କାର୍ଯ୍ୟ କିଭଳି ହେବ ସେଥିପାଇଁ ସେ ଚେଷ୍ଟା ମଧ୍ୟ କରୁଛନ୍ତି।କିନ୍ତୁ କାଳେ ସେ ବିଧାୟକ ରହିଲେ ଏହି ଦୁଇ କାର୍ଯ୍ୟର ଶ୍ରେୟ ନେବେ ସେଥିପାଇଁ କୁଆଡ଼େ ଏହି କାମ ହୋଇପାରୁନି ବୋଲି ଧାରଣା ସୃଷ୍ଟି କରାଯାଉଛି।କୁହାଯାଉଛି ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଜେପି ଗତଥର ଭଲ ଫଳାଫଳ କରିଥିଲା ସେଇଟା ଯେଭଳି ନହେବ କେହି କ୍ଷମତାଶାଳୀ ଚାହୁଁଛନ୍ତି।ଯଦି ଏଭଳି ଚିନ୍ତାଧାରା ଥିବ ତା’ହେଲେ ସେ ସାଇଡ୍ ହୋଇଯିବାକୁ ପ୍ରସ୍ତୁତ ଅଛନ୍ତି।ଅବଶ୍ୟ ଶେଷ ଚେଷ୍ଟା କରିବେ ନଚେତ୍ ସାଇଡ୍ ହୋଇଯିବେ।ଆସନ୍ତା ୩/୪ ଦିନ କିମ୍ବା ୫ଦିନ ଭିତରେ ଯାହା ଗୋଟିଏ ନିଷ୍ପତି ନେବେ ବୋଲି ଆଭାସ ଦେଇଛନ୍ତି।ତେବେ ଏବେ ଅନ୍ୟ କେଉଁ ଦଳକୁ ଯିବାକଥା ସେ ଚିନ୍ତା କରିନାହାନ୍ତି ବୋଲି ଶ୍ରୀ ରାୟ କହିଛନ୍ତି।

ଅନ୍ୟପକ୍ଷରେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ଖୁବଶୀଘ୍ର ବିଜେଡିରେ ସାମିଲ ହୋଇପାରନ୍ତି।ବିଜେଡିରେ ମିଶିବା ପାଇଁ ଚୂଡ଼ାନ୍ତ ଆଲୋଚନା ସରିଛି।କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top