ରାଜ୍ୟ

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ଅନେକ ସ୍ଥାନରେ ତାପମାତ୍ର ୧୦ ଡିଗ୍ରୀ ତଳେ ରହିଛି। ଆଜି ସକାଳ ୯ଟା ସୁଦ୍ଧା ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀ ରହିଥିଲା। ଭୁବନେଶ୍ୱରରେ ତାପମାତ୍ରା ୯.୫ ଡିଗ୍ରୀ ରହିଛି। ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏସୂଚନା ଦିଆଯାଇଛି।

ସେହିପରି ଅନୁଗୋଳରେ ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୬.୯, ଫୁଲବାଣୀରେ ୭, ସୁନ୍ଦରଗଡ଼ରେ ୭, ସମ୍ବଲପୁରରେ ୮.୧, ବାଲେଶ୍ୱରରେ ଓ ବାରିପଦାରେ ୮.୫ ଡିଗ୍ରୀ ରହିଥିଲା।
ଭୁବନେଶ୍ୱର ଓ କଟକରେ ବି ପ୍ରବଳ ଶୀତ ହେଉଛି। ଆଜି ସକାଳ ୯ଟା ସୁଦ୍ଧା ଏହି ଦୁଇ ସହରର ତାପମାତ୍ରା ଯଥାକ୍ରମେ ୯.୫ ଓ ୯.୪ ଡିଗ୍ରୀ ରହିଥିଲା। ପ୍ରବଳ ଶୀତ ସାଙ୍ଗକୁ ଅନେକ ଅନେକ ସ୍ଥାନରେ କୁହୁଡ଼ି ମଧ୍ୟ ପଡୁଛି। ତେଣୁ ଯାତାୟାତରେ ବାଧା ସୃଷ୍ଟି ହେଉଛି। କିଛି ସ୍ଥାନରେ ତୁଷାରପାତ ମଧ୍ୟ ହୋଇଥିବା ସୂଚନା ମିଳିଛି।
ଡିସେମ୍ବର ୩୧ ତାରିଖ ପର‌୍ୟ୍ୟନ୍ତ ହାଡ଼ଭଙ୍ଗା ଶୀତ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version