Latest

ଶାହାରୁଖଙ୍କ ମ୍ୟାନେଜର ଦଦଲାଲୀଙ୍କୁ ମୁମ୍ବାଇ ପୋଲିସର ସମନ୍‌

Posted on

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାଲୀଙ୍କୁ ସମନ। ମୁମ୍ବାଇ ପୋଲିସର ସ୍ପେଶାଲ ଇନ୍‌ଭେଷ୍ଟିଗେଟିଭ୍‌ ଟିମ୍‌ (ଏସ୍‌ଆଇଟି) ପକ୍ଷରୁ ପୂଜାଙ୍କୁ ଏହି ସମନ ପଠାଯାଇଛି। ମୁମ୍ବାଇ ପୋଲିସ ଏବେ କିରଣ ଗୋସାବୀ ଟଙ୍କା ଆଦାୟ ମାମଲାର ତଦନ୍ତ କରୁଛି। ଏହି ମାମଲାର କିଛି ପଚରାଉଚରା ପାଇଁ ପୂଜାଙ୍କୁ ସମନ ଜାରି କରିଛି ପୋଲିସ। ପୂଜାଙ୍କୁ ଶନିବାର ଦିନ ଅଫିସରେ ହାଜିର ହେବାକୁ କୁହାଯାଇଥିଲା। କିନ୍ତୁ ପୂଜା ଦେହ ଖରାପ ଦର୍ଶାଇ ମୁମ୍ବାଇ ପୋଲିସକୁ ଆଉ କିଛି ସମୟ ମାଗିଛନ୍ତି।

ଏହା ପୂର୍ବରୁ ଜଣେ ସାଇବର ଏକ୍ସପର୍ଟ ତଥା ହ୍ୟାକର ଦାବି କରିଥିଲେ ଯେ ସେମାନେ ପୂଜା ଦଦଲାନୀଙ୍କ ସମେତ କିଛି ଲୋକଙ୍କ କଲ୍‌ ଡିଟେଲ୍ସ ରେକର୍ଡ ବାହାର କରିଥିଲେ ଓ ହ୍ଵାଟ୍ସଆପ୍‌ ଏଡିଟ୍‌ କରିବା ପାଇଁ ଦୁଇ ଜଣ ଯୋଗାଯୋଗ କରିଥିଲେ। ଏହି ହ୍ୟାକରଙ୍କ ନାଁ ମନୀଷ ଭଙ୍ଗାଲେ। ଭଙ୍ଗାଲେ ଦାବି କରିଥିଲେ ଯେ ହ୍ଵାଟ୍ସ ଆପ୍‌ରେ ଯେଉଁ ବ୍ୟାକ୍‌ଅପ୍‌ ଫାଇଲ୍‌ ନଜର ଆସିଥିଲା, ତାହା ଆର୍ଯ୍ୟନ୍‌ ଖାନ୍‌ଙ୍କ ନାଁରେ ଥିଲା। ଗଣମାଧ୍ୟମ ସହ ଆଲୋଚନା ବେଳେ ଭଙ୍ଗାଲେ କହିଥିଲେ, ତାଙ୍କୁ ପ୍ରଭାକର ସେଲ୍‌ଙ୍କ ନାଁରେ ନକଲି ସିମ୍‌କାର୍ଡ ଆଣିବାକୁ ମଧ୍ୟ କୁହାଯାଇଥିଲା। ମନୀଷ ଭଙ୍ଗାଲେ କହିଛନ୍ତି, ଜଲଗାଓଁରେ ୬ ଅକ୍ଟୋବରରେ ଆଲୋକ ଜୈନ ଓ ଶୈଳେଶ ଚୌଧୁରୀ ନାମକ ଦୁଇ ଜଣ ତାଙ୍କୁ ଯୋଗାଯୋଗ କରିଥିଲେ। ସେମାନେ ଏହି କାମ ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ଅଫର କରିଥିଲେ ଓ ଜବରଦସ୍ତି ୧୦ ହଜାର ଟଙ୍କା ଦେଇଥିଲେ।

ସେ କହିଛନ୍ତି, ମିଡିଆରେ ସେ ପ୍ରଭାକର ସେଲଙ୍କୁ ନେଇ ଖବର ଦେଖିବା ପରେ ଏନେଇ ମୁମ୍ବାଇ ପୋଲିସକୁ ଜଣାଇଥିଲେ। ଏହି ମାମଲାରେ ସେ ମୁମ୍ବାଇ ପୋଲିସ କମିଶନର ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ମହାରାଷ୍ଟ୍ରର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବୋଲି ଭଙ୍ଗାଲେ କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version