ରାଜନୀତି

ଭାଣ୍ଡିଆ ହେଲେ ଦାମ,ପ୍ରକାଶ ମନା କଲେ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ):ନିଜ ନୂଆ ଦଳରେ ସାମିଲ ହେବାକୁ ରାଜ୍ୟର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ସମ୍ମତି ଦେଇଛନ୍ତି ବୋଲି ଡାକ୍ତର ଦାମୋଦର ରାଉତ ଘୋଷଣା କରି ଭାଣ୍ଡିଆ ହୋଇଛନ୍ତି।ଦାମଙ୍କ ଏହି ଘୋଷଣା ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଶ୍ରୀ ମିଶ୍ର କହିଛନ୍ତି ଯେ ଡାକ୍ତର ଦାମୋଦର ରାଉତଙ୍କ ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’ରେ ସାମିଲ ହେବାର ସାମାନ୍ୟତମ ଅବକାଶ ନାହିଁ।ସେ ଏବେ ସରକାରୀ ଚାକରିରୁ ଅବସର ଜୀବନ ବିତାଉଛନ୍ତି।ସେଥିରେ ସେ ଅତ୍ୟନ୍ତ ଖୁସି ଅଛନ୍ତି।ଅବଶ୍ୟ ଡାକ୍ତର ରାଉତ ତାଙ୍କ ସହ ଏହି ଦଳ ଗଠନ ସମ୍ପର୍କରେ କଥା ହୋଇଥିଲେ ଓ ଏଥିପାଇଁ ସେ ତାଙ୍କୁ ଶୁଭକାମନା ଜଣାଇଥିଲେ।ମାତ୍ର ତାହା ଅର୍ଥ ନୁହେଁ ଯେ, ସେ ଦଳରେ ସାମିଲ ହେବାକୁ ସମ୍ମତି ଜଣାଇଥିଲେ।ରାଜନୀତିରେ ସାମିଲ ହେବାର ତାଙ୍କର କୌଣସି ଯୋଜନା ନାହିଁ।ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ତାଙ୍କ ଦଳରେ ସାମିଲ ହେବେ ବୋଲି କହି ଡାକ୍ତର ରାଉତ ପରୋକ୍ଷରେ ସମାଲୋଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version