Latest

ଧାନବାଦ ଜଜ ହତ୍ୟା ମାମଲା: ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Posted on

ରାଞ୍ଚି: ଝାଡ଼ଖଣ୍ଡର ଧାନବାଦରେ ବିଚାରପତିଙ୍କୁ ଅଟୋ ଚଢାଇ ହତ୍ୟା ମାମଲାରେ ଜବାବ ତଲବ କଲେ ସୁପ୍ରିମକୋର୍ଟ ।ଘଟଣାରେ ତଦନ୍ତ ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରିପୋର୍ଟ ଝାଡ଼ଖଣ୍ଡ ହାଇକୋର୍ଟରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ମୁଖ୍ୟ ବିଚାରପତି ଏନଭି ରମନ୍ନା କହିଛନ୍ତି କି ଏହି ମାମଲାର ଶୁଣାଣୀ ବର୍ତ୍ତମାନ କିଛି ଦିନ ପର‌୍ୟ୍ୟନ୍ତ ବନ୍ଦ ରହିବ । ସମସ୍ତ ତଦନ୍ତ ରିପୋର୍ଟ ଆସିବା ପରେ ଏହାର ଶୁଣାଣି ହେବ । ଧାନବାଦ ବିଚାରପତିଙ୍କ ହତ୍ୟା ମାମଲା ସୁପ୍ରିମକୋର୍ଟ ସମସ୍ତ ତଥ୍ୟ ହସ୍ତଗତ କରୁଛନ୍ତି । ଗତ ଶେଷ ଶୁଣାଣୀରେ ସିବିଆଇକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । ଏହା ସହିତ ସିବିଆଇକୁ ନୋଟିସ ମଧ୍ୟ ଜାରି କରିଥିଲେ ବୋଲି ସେ କହିଛନ୍ତି ।
ଧାନବାଦର ବିଚାରପତି ଉତ୍କଳ ଆନନ୍ଦଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ ଶୁକ୍ରବାର ସିବିଆଇକୁ ନୋଟିସ ଜାରି କରି କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ନ୍ୟାୟପାଳିକାକୁ ଆଦୌ ସାହାଯ୍ୟ କରୁନାହିଁ। ଏଠାରେ କହି ରଖୁଛୁ ଯେ ଜୁଲାଇ ୨୮ ତାରିଖରେ ସକାଳେ ବିଚାରପତି ଉତ୍କଳ ଆନନ୍ଦଙ୍କୁ ମର୍ଣ୍ଣିଂଓ୍ୱାକ ସମୟରେ ଏକ ଅଜଣା ଗାଡିରେ ଧକ୍କା ଦେଇ ହତ୍ୟା କରାଯାଇଥିଲା । କିନ୍ତୁ ସିସିଟିଭି ଫୁଟେଜ ଆସିବା ପରେ ଏହା ହତ୍ୟା ଷଡଯନ୍ତ୍ର ବୋଲି ପ୍ରମାଣିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

Most Popular

Exit mobile version