Latest
ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଦିଗବିଜୟ ସିଂହ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କର କଡ଼ା ସମାଲୋଚକଙ୍କ ମଧ୍ୟରୁ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ପରିଗଣିତ କରାଯାଇଥାଏ। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଲଗାତାର ଭାବେ ଟାର୍ଗେଟ କରି ଆସୁଛନ୍ତି।
ବୁଧବାର ଶ୍ରୀ ସିଂହ ସରକାରଙ୍କୁ ମିଥ୍ୟା ଅଭିଯୋଗ କରିଥିବାବେଳେ ମାନୁଆଲ ସ୍କାଭେନିଂ ପ୍ରସଙ୍ଗରେ ଟ୍ୱିଟ୍ କରି ସମାଲୋଚନା କରିଛନ୍ତି। ସେ ଲେଖିଛନ୍ତି, ‘ବିଜେପି ସରକାରଙ୍କ ଆଉ ଏକ ମିଛ ସାମ୍ନାକୁ ଆସିଛି !! ଗତ ୫ ବର୍ଷରେ ମାନୁଆଲ ସ୍କାଭେନିଂ ହେତୁ କେହି ମୃତ୍ୟୁ ମୁଖରେ ପଡ଼ିନାହାଁନ୍ତି। ମିଛ କହିବା କେହି ଏମାନଙ୍କ ଠାରୁ ଶିଖନ୍ତୁ ବୋଲି ଶ୍ରୀ ସିଂହ କଟାକ୍ଷ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ।
ଏହା ପୂର୍ବରୁ ଦିଗବିଜୟ ଇନ୍ଧନ ଗ୍ୟାସ ସିଲିଣ୍ଡରର ଦାମ ବୃଦ୍ଧିକୁ ନେଇ ମଧ୍ୟ ସମାଲୋଚନା କରିଥିଲେ। ସେ ଟ୍ବିଟରରେ ହ୍ୟାସଟାଗ ମୋଦି ହେ ତୋ ମେହେଙ୍ଗାଇ ହେ ଲେଖି ସମାଲୋଚନା କରିଥିଲେ । ତେବେ ସେ ଟୋକିଓ ଅଲମ୍ପିକରେ ଦେଶପାଇଁ ପ୍ରଥମ ପଦକ ଜିତିଥିବା ଭାରୋତ୍ତୋଳକ ମିରାବାଇ ଚାନୁଙ୍କ ସେ ଶୁଭେଚ୍ଛା ଜଣାଇଥିଲେ ।