ରାଜ୍ୟ

୧୫ଦିନ ସୁଦ୍ଧା ସବୁ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆରେ ନାମଫଳକ

Posted on

ଭୁବନେଶ୍ୱର : ୧୫ଦିନ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ପ୍ରଦର୍ଶିତ ହେବ।ଏହାସହିତ ସମସ୍ତ ଦୋକାନ, ବ୍ୟବସାୟିକ ସଂସ୍ଥା ଓ ପ୍ରତିଷ୍ଠାନରେ ସ୍ପଷ୍ଟ ଭାବେ ଓଡ଼ିଆ ଭାଷାରେ ନାମଫଳକ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଆଜି ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସହରାଂଚଳରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନଗୁଡ଼ିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖାଯାଇଛି କି ତାହା ଯାଂଚ କରିବାକୁ ଶ୍ରମ ବିଭାଗକୁ କୁହାଯାଇଛି। ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଅବା ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ନାମଫଳକ ନାହିଁ ସେ ସମ୍ପର୍କରେ ଅନ୍ଲାଇନ୍ ପୋର୍ଟାଲ ମାଧ୍ୟମରେ ଅଭିଯୋଗ ଗ୍ରହଣ ନିମନ୍ତେ ନିଷ୍ପତି ନିଆଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version