Latest

ଡୋଭାଲଙ୍କୁ ଭେଟିଲେ ଋଷର ସୁରକ୍ଷା ପରାମର୍ଶ ଦାତା

Posted on

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀ ଶାସନ ଘୋଷଣା ପରଠାରୁ ହିଁ ଭାରତ ଆଫଗାନ ସ୍ଥିତି ଉପରେ ନଜର ରଖି ଆସିଛି । ଏହା ସହିତ ଭାରତ ବିଭିନ୍ନ ରାଷ୍ଟ୍ର ସହିତ ଆଲୋଚନା ଜାରି ରଖିଛି। ଏପିରିକି କିଛି ପ୍ରମୁଖ ରାଷ୍ଟ୍ରର ଗୁଇନ୍ଦା ମୁଖ୍ୟ ଭାରତ ମଧ୍ୟ ଆସିଛନ୍ତି। ଋଷର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାରତ ଗସ୍ତରେ ଆସି ଅଜିତ ଡୋଭାଲଙ୍କ ସହିତ ଆଲୋଚନା କରିଛନ୍ତି। ଭଉୟ ଭାରତ ଓ ଋଷ ଆଶଙ୍କା ପ୍ରକାଶ କରିଛନ୍ତି କି ତାଲିବାନ ଆଫଗାନିସ୍ତାନ ମାଟିକୁ ଆତଙ୍କୀ ସଂଗଠନ ଓ କାର୍ଯ୍ୟକଳାପରେ ବ୍ୟବହାର କରିପାରେ। ଋଷୀୟ ଏନଏସଏ ନିକୋଲାଇ ପେତରୁଶେଭ ଭାରତର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟି ଆଫଗାନିସ୍ତାନ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଉଭୟ ଦେଶର କହିବା ମୁତାବକ ଆଫଗାନିସ୍ତାନରେ ଯେଉଁ ଆତଙ୍କୀ ସଂଗଠନ କାମକରୁଛି ତାହା ପଡ଼ୋଶୀ ରାଷ୍ଟ୍ର ପାଇଁ ବିପଦ ସୃଷ୍ଟି କରିପାରେ । ଏପରିକି ନିକଟସ୍ଥ ଅଞ୍ଚଳରେ ମଧ୍ୟ ଆତଙ୍କୀ କାର୍ଯ୍ୟକଳାପ ଘଟାଇ ପାରନ୍ତି ବୋଲି ଭାରତ ଓ ଋଷ ଆଶଙ୍କା ପ୍ରକାଶ କରିଛନ୍ତି। ଜଣେ ଅଧିକାରୀ ମୁତାବକ ଆଫଗାନିସ୍ତାନରେ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ସଂଗଠନ ରହିଛି। ଭାରତ ସହିତ ଆଖପାଖ ଅଞ୍ଚଳରେ ବିପଦ ସୃଷ୍ଟି କରିପାରେ। ଭାରତର ଭୟ ପାକିସ୍ତାନ ଆତଙ୍କୀ ସଂଗଠନ ଆଫଗାନିସ୍ତାନର ମାଟିକୁ ବ୍ୟବହାର ନ କରୁ। ସେପଟେ ପାକିସ୍ତାନ ଓ ଆଇଏସଆଇର ତାଲିବାନ ସହିତ ଥିବା ସମ୍ପର୍କ ଭାରତର ମଧ୍ୟ ମୁଣ୍ଡ ବିନ୍ଧାଉଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version