Latest

ମେଥି ଶାଗ ଖାଆନ୍ତୁ ଏହି ରୋଗରୁ ମୁକ୍ତି ପାଆନ୍ତୁ

Posted on

ମେଥି ଶାଗକୁ ପ୍ରତି ଘରେ ଖାଦ୍ୟ ରୂପେ ବ୍ୟବହାର କରାଯଏ । ଶୀତ ଦିନେ ସାଧାରଣତଃ ମେଥି ଶାଗ ବଜାରରେ ଭରପୁର ମାତ୍ରାରେ ମିଳେ । ମେଥି ମଞ୍ଜି ଭଳି ମେଥି ଶାଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ କିଛି କିଛି ଲୋକେ ମେଥି ପରଟା କରି ଖାଇବା ପାଇଁ ମଧ୍ୟ ପସନ୍ଦ କରିଥାନ୍ତି । । ଆପଣ ଚାହିଁଲେ ଏହାକୁ ନିଜ ଡଏଟରେ ସାମିଲ କରିପାରିବେ । ତେବେ ମେଥି ଶାଗ ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳେ ଆସନ୍ତୁ ଜାଣି।

କୋଲେଷ୍ଟ୍ରଲ୍‌ କମ୍‌ କରିଥାଏ- ମେଥି ପତ୍ର ଖାଇବା ଦ୍ୱାରା ଏହା ଶରୀରରେ କୋଲେଷ୍ଟ୍ରଲ୍‌ର ଅବଶୋଷଣ କମ୍‌ କରିଥାଏ। ଏହା ସହ ଯକୃତରେ ମଧ୍ୟ କୋଲେଷ୍ଟ୍ରଲ୍ ହେବାଠୁ ଏହା ରକ୍ଷା କରିଥାଏ। ମଧୁମେହ ରୋଗୀଙ୍କ atherosclerosis ରୋଗ ପାଇଁ ଏହା ମଧ୍ୟ ବହୁତ ଲାଭଦାୟକ ଅଟେ। କିଛି ଅଧ୍ୟୟନରୁ ଜଣାପଡ଼ିଛି, ମେଥି ପତ୍ର ଶରୀରରେ ଭଲ କୋଲେଷ୍ଟ୍ରଲ (HDL) ବୃଦ୍ଧି ଏବଂ ଖରାପ କୋଲେଷ୍ଟ୍ରଲ (LDL) ହ୍ରାସ କରିଥାଏ।

ମଧୁମେହ ପାଇଁ ଉପକାରୀ- ମେଥି ପତ୍ର ଉଭୟ ଟାଇପ୍ ୧ଏବଂ ଟାଇପ୍ ୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ। ମେଥି ଶରୀରରେ ଇନ୍‌ସୁଲିନ୍‌ର ପରିମାଣ ବଢ଼ାଉଥିବା କାରଣରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଫାଇବର ଯୋଗୁ ହଜମ ପକ୍ରିୟା ଧୀର ହୋଇଥାଏ, ଯେଉଁ କାରଣରୁ ଶରୀରରେ ସୁଗାରର ଅବଶୋଷଣ ଶୀଘ୍ର ହୋଇନଥାଏ। ତେଣୁ ମଧୁମେହ ରୋଗୀମାନେ ମେଥି ପତ୍ରରେ ପ୍ରସ୍ତୁତ ସବ୍‌ଜି ଖାଇବା ଉଚିତ୍‌

ପାଚନକ୍ରିୟାକୁ ଶକ୍ତିଶାଳୀ କରେ- ମେଥି ପତ୍ରରେ ଫାଇଭର ସହ ଆଣ୍ଟିଅକ୍ସିଡେଣ୍ଟର ମଧ୍ୟ ରହିଛି। ଏହା ଆମ ଶରୀରରେ ପାଚନକ୍ରିୟାକୁ ଶକ୍ତିଶାଳୀ କରିବା ସହ ହଜମ ଶକ୍ତି ବଢ଼ାଇଥାଏ। ଯେଉଁମାନଙ୍କ ପେଟ ଜନିତ ସମସ୍ୟା ରହିଛି, ସେମାନେ ନିଜ ନିତିଦିନିଆ ଖାଦ୍ୟରେ ମେଥି ଶାଗକୁ ସାମିଲ କରିପାରିବେ। କେବଳ ସେତକି ନୁହେଁ ମେଥି ଶାଗ ଖାଇବା ଦ୍ୱାରା ଅନ୍ତନଳୀ ଫୁଲିବା, ଅଲସର, ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

ହାର୍ଟ ରୋଗ ପାଇଁ ଲାଭ ଦାୟକ- ମେଥିର ମଞ୍ଜି ବା ଏହାର ପତ୍ରକୁ ନିୟମିତ ଖାଇବା ଦ୍ୱାରା ହାର୍ଟ ରୋଗୀ ଉପକୃତ ହୋଇଥାନ୍ତି। ମେଥି କୋଲେଷ୍ଟ୍ରଲ୍‌ କମ୍‌ କରୁଥିବାରୁ ଏହା ଶରୀର ପାଇଁ ଲାଭଦାୟକ। ମେଥିପତ୍ର ଜଡ଼ି ବୁଟି ଭଳି କାମ କରିଥାଏ, ଯାହାକି ହାର୍ଟ ଆଟାକ୍‌ ଏବଂ ହାର୍ଟ ଷ୍ଟ୍ରୋକ୍‌ ସମୟରେ ରକ୍ତକୁ ଜମାଟ ବାନ୍ଧିବାକୁ ଦେଇନଥାଏ।

ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖେ – ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।ମେଥି ଅଧିକାଂଶ ରୋଗକୁ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସେହିଭଳି ମେଥି ଶାଗକୁ ମଧ୍ୟ ଆୟୁର୍ବେଦରେ ଗୋଟିଏ ଔଷଧର ସ୍ଥାନ ଦିଆ ଯାଇଛି ।

ଓଜନ ନିୟନ୍ତ୍ରଣ କରିଥାଏ – ଶୀତ ଋତୁରେ ମେଥିଶାଗ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମେଥି ଏକ ପ୍ରକାରର ସ୍ୱାଦିଷ୍ଟ ଶାଗ ଅଟେ ଓ ଏହାକୁ ସେବନ କରିବା ଦ୍ୱାରା ଓଜନ କମିବାରେ ସାହାଯ୍ୟ ମିଳେ। ମେଥିଶାଗରେ ଫାଇବର ରହିଛି । ଯାହା ଦ୍ୱାରା ଶରୀରକୁ ଅଧିକ କ୍ୟାଲୋରୀ ମିଳିଥାଏ ଓ ଡେରି ପର୍ଯ୍ୟନ୍ତ ଭୋକ ଲାଗେନାହିଁ । ତେଣୁ ମେଥିଶାଗ ଶୀତଦିନେ ବ୍ୟବହାର କରନ୍ତୁ ।

Leave a Reply

Your email address will not be published. Required fields are marked *

Most Popular

Exit mobile version