Latest

ମହୁମାଛି ଆକ୍ରମଣରେ ବାପା ଝିଅ ମୃତ

Posted on

ରାଉରକେଲା (ଓଡ଼ିଶା ୱେୟାର): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବାପ ଝିଅ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହୁମାଝି ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରରେ ଉଦ୍ଧାର କରାଯାଇ କାଂଶବାହାଲର ଲାଇଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଗତକାଲି ରାତିରେ ଆରଜିଏଚ୍‌ରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତକାଲି ମହୁମାଝି ଆକ୍ରମଣରେ କରଞ୍ଜିଆର ରରୁଆଁ ଥାନା ଅନ୍ତର୍ଗତ ବଡ଼ପାଣିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା ବେଳେ କେନ୍ଦୁଝର ଜିଲ୍ଲା ନଇଗୋଡ଼ା ଗାଁର ଜଣେ ଯୁବକ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଥିଲେ।

ବଡ଼ପାଣି ଗାଁର ପରେଶ ଚନ୍ଦ୍ର ନାଏକ ଘର ନିକଟରେ ହଳ କରୁଥିବା ସମୟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା । ସେହିପରି ନଇଗୋଡା ଗାଁର ଚେମୁଟୁ ମହାରଣା ଛେଳି ରାରଇବାକୁ ନିକଟସ୍ଥ ସନ୍ତିଆରସ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଗଛରେ ଥିବା ମହୁମାଛି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version