Latest

ଜାଣନ୍ତୁ ‘ଆରଆରଆର’ ର ରିଲିଜ୍ ତାରିଖ

Posted on

ନୂଆଦିଲ୍ଲୀ: ଦେଶରେ ଜାରି କରୋନା ଭାଇରସ୍ର ପ୍ରକୋପ କାରଣରୁ ପୂର୍ବରୁ ରିଲିଜ୍ ତାରିଖ ଘୁଞ୍ଚି ସାରିଛି । ଏସଏସ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର ରିଲିଜ୍ ପୂର୍ବରୁ ସିନେପ୍ରେମୀଙ୍କ ଗହଣରେ ବେଶ ଲୋକପ୍ରିୟତା ହାସଲ କରି ସାରିଥିବା ଫିଲ୍ମ ଆରଆରଆର କେବେ ପ୍ରେକ୍ଷାଳୟକୁ ଆସିବ । ତେବେ ଏହାର ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଫିଲ୍ମ ନିର୍ମାତା ଆନୁଷ୍ଠାନିକ ଭାବେ ଫିଲ୍ମ ରିଲିଜ୍ରର ନୂତନ ତାରିଖ ଘୋଷଣା କରିଛନ୍ତି ଏବେ ଜୁନିୟର ଏନଟିଆର ଏବଂ ରାମଚରଣ ଷ୍ଟାରଙ୍କ ଅଭିନୀତ ଏହି ଫିଲ୍ମ ୨୦୨୨ ମାର୍ଚ୍ଚ ୨୫ରେ ସିନେମାଘରକୁ ଆସିବ।

ଫିଲ୍ମ ନିର୍ମାତା ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇ ଲେଖିଛନ୍ତି ଯେ, ଆରଆରଆରର ରିଲିଜ୍ ତାରିଖ ଚୂଡାନ୍ତ ହୋଇ ସାରିଛି । ଫିଲ୍ମ ୨୦୨୨ ମାର୍ଚ୍ଚ ୨୫ରେ ପ୍ରେକ୍ଷାଳୟକୁ ଆସିବ। ବଡ ବଜେଟର ଏହି ଫିଲ୍ମ ବକ୍ସଅଫିସରେ କେତେ ଆୟ କରିବ ତାହା ନିର୍ମାତାଙ୍କ ପାଇଁ ଚ୍ୟଲେଞ୍ଜ । ଏହି କାରଣରୁ ନିର୍ମାତା ଏହାର ରିଲିଜ୍ ପାଇଁ ଉପଯୁକ୍ତ ସମୟ ଏବଂ ତାରିଖର ସନ୍ଧାନରେ ଥିଲେ।

ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ବ୍ଯତୀତ ଏହି ଫିଲ୍ମରେ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେନିର୍ମାତା ଏହା ପୂର୍ବରୁ ଆରଆରଆରର ରିଲିଜ୍ ତାରିଖ ଅନେକ ଥର ଘୁଞ୍ଚି ସାରିଛି । ନିର୍ମାତା ପ୍ରଥମେ ଏହି ଫିଲ୍ମ ଜାନୁଆରୀ ୭ରେ ସିନେମାଘରେ ରିଲିଜ୍ ହେବାର ଥିଲା, ମାତ୍ର କରୋନା ପ୍ରକୋପ କାରଣରୁ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version