ରାଜ୍ୟ

ମାଛ ଧରା ଡଙ୍ଗା ଓଲଟି ପଡ଼ିଲା: ୧୮ ମତ୍ସ୍ୟଜୀବୀ ଉଦ୍ଧାର

Posted on

ପାରାଦୀପ (ଓଡ଼ିଶା ୱେୟାର): ଜଗତସିଂହପୁର ଜିଲ୍ଲା ପାରାଦୀପ ନେହରୁ ବଙ୍ଗଳା ନିକଟ ମହାନଦୀ ମୁହାଣରେ ଆଜି ଏକ ମାଛ ଧରା ଡଙ୍ଗା ଓଲଟି ପଡ଼ିଥିଲା। ତେବେ ଡଙ୍ଗାରେ ଥିବା ୧୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ମେରାଇନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛି।
ସୂଚନାଯୋଗ୍ୟ, ମହାନଦୀ ମୁହାଣ଼କୁ ୧୮ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିଲେ। କୌଣସି କାରଣ ବଶତଃ ଡଙ୍ଗାଟି ମୁହାଣରେ ଓଲଟି ପଡ଼ିଥିଲା। ଖବର ପାଇ ମହାନଦୀକୁ ଯାଇଥିବା ଅନ୍ୟ ସାଥୀ ମତ୍ସ୍ୟଜୀବୀମାନେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version