Latest
ନଭେମ୍ବର ୨ରୁ ଭୁବନେଶ୍ୱରରୁ ଜୟପୁରକୁ ବିମାନ ସେବା
ଭୁବନେଶ୍ୱ (ଓଡ଼ିଶା ୱେୟାର): ଟେମ୍ପଲ ସିଟିରୁ ପିଙ୍କ୍ ସିଟି । ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ଉଡିବ ବିମାନ । ନଭେମ୍ବର ୨ ରୁ ଉଡିବ ବିମାନ । ଏନେଇ ଚିଠି ଲେଖି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି ସିନ୍ଧିଆ । ଏହା ଦ୍ୱାରା ଉଭୟ ରାଜ୍ୟର ଅର୍ଥନୀତି ମଜଭୂତ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ସପ୍ତାହକୁ ୩ ଥର ଟେମ୍ପଲ୍ ସିଟିରୁ ପିଙ୍କ୍ ସିଟିକୁ ସିଧାସଳଖ ଉଡ଼ିବ ବିମାନ ।
ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୭ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଥିଲେ। ଏ ନେଇ ଉକ୍ତ ପତ୍ରର ପ୍ରତ୍ୟୁତରରେ ଶ୍ରୀ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ ବିମାନ ସଂସ୍ଥା ‘ଇଣ୍ଡିଗୋ’ ପକ୍ଷରୁ ଆସନ୍ତା ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସପ୍ତାହରେ ୩ ଥର ଏହି ବିମାନ ଚଳାଚଳ କରିବ। ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ଗୋଲାପି ସହର ଜୟପୁର ମଧ୍ୟରେ ବିମାନ ସେବାର ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ।
ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପ୍ରା ଫାଉଣ୍ଡେସନର ଜାତୀୟ ଆବାହକ ଜନୈକ ଓ.ପି ମିଶ୍ରଙ୍କ ପତ୍ର ଆଧାରରେ ଗତ ସେପ୍ଟେମ୍ବର ୧୭ରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆଙ୍କୁ ପତ୍ର ଲେଖି ଭୁବନେଶ୍ୱରରୁ ସିଧାସଳଖ ଜୟପୁରକୁ ବିମାନ ସେବା ଆରମ୍ଭ କରିବା ପାଇଁ ଅନୁରୋଧ କରିଥିଲେ। ଉଭୟ ରାଜ୍ୟରେ ଅନେକ ମନ୍ଦିର ଓ ପର୍ଯ୍ୟଟନ ସ୍ଥାନ ଥିବା ବେଳେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକମାନଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରେ ପଦକ୍ଷେପ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ। ଏହି ଅନୁମତି ପ୍ରଦାନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି।