ରାଜନୀତି

ବିଜେଡିରେ ମିଶିଲେ ପୂର୍ବତନ ଏଜି ଅମର ପଟ୍ଟନାୟକ

Posted on

ଭୁବନେଶ୍ୱର:ପୂର୍ବତନ ଏଜି ଅମର ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସ୍ୱାଗତ କରିଛନ୍ତି।
ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଯେ ଅମର ପଟ୍ଟନାୟକଙ୍କ ମିଶ୍ରଣ ଦ୍ୱାରା ଦଳ ଅଧିକ ସୁଦୃଢ଼ ହେବ।ଅମରଙ୍କର ବହୁ ରାଜ୍ୟରେ କାମ କରିବାର ଅଭିଜ୍ଞତା ରହିଛି।ସେ ବିଜେଡିର ଆଇଟି ମୁଖ୍ୟ ଭାବେ କାର୍ଯ୍ୟ କରିବେ ।
ସେହିପରି ଅମର ପଟ୍ଟନାୟକ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ଏକ ନମ୍ବର ରାଜ୍ୟ ହୋଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ଦୀର୍ଘବର୍ଷ ଧରି ବିଜୁ ପଟ୍ଟନାୟକ ସହ ଥିବାବେଳେ ତାଙ୍କର ପ୍ରେରଣା ପାଇଛି । ଆଇଟି କ୍ଷେତ୍ରରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ତେଣୁ ଦଳ ପାଇଁ ତାକୁ ଉପଯୋଗ କରିବି ବୋଲି ଅମର କହିଛନ୍ତି ।
ସୂଚନାଯୋଗ୍ୟ ଶ୍ରୀ ପଟ୍ଟନାୟକ ୨୦୧୫ ଜୁନ୍ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଏଜି ଭାବେ କାର୍ଯ୍ୟ କରିଥିଲେ । ସେ ଗତ ଜୁଲାଇ ମାସରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି।ତାଙ୍କର ଚାକିରି ଆଉ ୯ବର୍ଷ ରହିଥିଲା।ତାଙ୍କୁ ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା କିମ୍ବା ଭୁବନେଶ୍ୱରରେ ସାଂସଦ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ଏହି ମିଶ୍ରଣପର୍ବରେ ଦଳର ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଣବ ପ୍ରକାଶ ଦାସଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version