Latest

ସୁପ୍ରିମକୋର୍ଟରେ ଏକାଥରେ ଶପଥ ନେଲେ ୯ ନୂଆ ବିଚାରପତି

Posted on

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନବନିଯୁକ୍ତ ୯ ଜଣ ବିଚାରପତି ଆଜି ଶପଥ ନେଉଛନ୍ତି। ରାଷ୍ଟ୍ରପତି ଏହି ୯ ଜଣଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମରେ ୯ ଜଣଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରାଯାଇଥିଲା। ଏଥିମଧ୍ୟରେ ୩ ଜଣ ମହିଳା ହାଇକୋର୍ଟ ବିଚାରପତି ଅଛନ୍ତି। ତିନି ମହିଳା ବିଚାରପତି ତେଲେଙ୍ଗାନା ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ହିମା କୋହଲି, କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ ବି ଭି ନାଗରତ୍ନା, ଗୁଜୁରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ ବେଲା ତ୍ରିବେଦୀ ।

ସେହିପରି କର୍ଣ୍ଣାଟକ ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ଅଭୟ ଓକା, ଗୁଜୁରାଟ ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ବିକ୍ରମ ନାଥ, ସିକିମ ହାଇକୋର୍ଟ ମୁଖ୍ଯ ବିଚାରପତି ଜଷ୍ଟିସ ଜେ କେ ମାହେଶ୍ୱରୀ, ମାଡ୍ରାସ ହାଇକୋର୍ଟ ବିଚାରପତି ଏମ ଏମ ସୁନ୍ଦରେଶ ଆଜି ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ଏହା ବ୍ଯତୀତ ବରିଷ୍ଠ ଆଇନଜୀବୀ ପି ଏସ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତି ମିଳିଥିବା ବେଳେ ସେ ମଧ୍ୟ ଶପଥ ଗ୍ରହଣ କରୁଛନ୍ତି। ଏହି ବିଚାରପତିଙ୍କ ମଧ୍ୟରୁ ୩ ଜଣ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିପାରନ୍ତି। ୨୦୨୭ ରେ ଜଷ୍ଟିସ ବି ଭି ନାଗରତ୍ନା ୩୬ ଦିନ ପାଇଁ ଦେଶର ଜୁଡିସିଆଲ ବ୍ଯବସ୍ଥାର ସର୍ବୋଚ୍ଚ ଆସନ ଅଳଙ୍କୃତ କରିପାରନ୍ତି। ସେ ହେବେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି।

Leave a Reply

Your email address will not be published. Required fields are marked *

Most Popular

Exit mobile version