ରାଜ୍ୟ

ବିମାନ ଭଡ଼ା: ରାଜ୍ୟପାଳଙ୍କୁ ସ୍ପଷ୍ଟୀକରଣ ମାଗିଲେ ସରକାର

Posted on

ଭୁବନେଶ୍ୱର: ୪୬ଲକ୍ଷ ଟଙ୍କାର ବିମାନ ଭଡ଼ା ପାଇଁ ରାଜ୍ୟ ସରକାର ବୁଧବାର ରାଜ୍ୟପାଳଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏହି ବିମାନ ଭଡ଼ା ସଂକ୍ରାନ୍ତ ୟୁଜର୍ସ ସାର୍ଟିଫିକେଟ୍ ତୁରନ୍ତ ଦାଖଲ କରିବା ଓ ସରକାରଙ୍କ ଅନୁମୋଦନ ନଥାଇ କେଉଁ ପରିସ୍ଥିତିରେ ହେଲିକପ୍ଟର ଉପଯୋଗ ହୋଇଥିଲା ତାହା ଜଣାଇବାକୁ ରାଜଭବନକୁ କୁହାଯାଇଛି ।
ସାଧାରଣ ପ୍ରଶାସନ ବିଭାଗର ଉପସଚିବ ଇନ୍ଦିରା ବେହେରା ଗତକାଲି ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଘରୋଇ ଜେଟ୍ ଏୟାରକ୍ରାଫ୍ଟରେ ଜୁନ୍ ୧୦ ତାରିଖରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବା ଓ ଜୁନ୍ ୧୩ତାରିଖରେ ଫେରିବା ବାବଦରେ ୪୧.୧୮ଲକ୍ଷ ଟଙ୍କା ଖର୍ଚ୍ଚ ଏବଂ ଜୁନ୍ ୧୦ରେ ନୂଆଦିଲ୍ଲୀରୁ ତାଙ୍କ ସିର୍ସା ପର୍ଯ୍ୟନ୍ତ ହେଲିକପ୍ଟରରେ ଯିବାଆସିବା ପାଇଁ ୫ଲକ୍ଷ ଟଙ୍କାର ଖର୍ଚ୍ଚ ବାବଦରେ ୟୁଜର୍ସ ସାର୍ଟିଫିକେଟ୍ ଦାଖଲ କରିବାକୁ କହିଛନ୍ତି । ଏହା ବ୍ୟତୀତ ରାଜ୍ୟପାଳଙ୍କ ଉପଯୋଗ ପାଇଁ କେଉଁ ପରିସ୍ଥିତିରେ ନୂଆଦିଲ୍ଲୀରୁ ସିର୍ସା ପର୍ଯ୍ୟନ୍ତ ହେଲିକପ୍ଟର ଭଡ଼ାରେ ନିଆଗଲା ଓ କାହା ଅନୁମତିରେ ଏହା ହୋଇଥିଲା ତାହା ଜଣାଇବାକୁ ସାଧାରଣ ପ୍ରଶାସନ ବିଭାଗ କହିଛି । ବିମାନ ଭଡ଼ାକୁ ନେଇ ରାଜ୍ୟପାଳ କାର୍ଯ୍ୟାଳୟକୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମଗାଯିବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ଏହାକୁ ଏକ ସରକାରୀ ପ୍ରକ୍ରିୟା କହିଥିବାବେଳେ କଂଗ୍ରେସ ମଧ୍ୟ ସରକାରଙ୍କୁ ଏନେଇ ସମର୍ଥନ ଜଣାଇଛି । ତେବେ ବିଜେପି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ତଥ୍ୟ ମାଗିବାରେ କିଛି ଅସୁବିଧା ନାହିଁ । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, “ରାଜ୍ୟପାଳ ହେଉଛନ୍ତି ସାମ୍ବିଧାନିକ ଅଧିକାରୀ । ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାକୁ ଦଳୀୟ କାର୍ଯ୍ୟକ୍ରମକୁ ବିମାନ ଧରି ଯାଇଥିଲେ । ରାଜ୍ୟପାଳଙ୍କ ସମସ୍ତ ଗସ୍ତର କାର୍ଯ୍ୟକ୍ରମ ରାଷ୍ଟ୍ରପତି ଭବନକୁ ପଠାଯାଇଥାଏ ଓ ସେଠାରୁ ଅନୁମୋଦନ ମିଳିଥାଏ । ନିଜେ ବ୍ୟବହାର କରୁଥିବା ବିମାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜଣାଉ ନାହାନ୍ତି । ତେଣୁ ଏପରି ଚିଠି ଲେଖିବା ପଛରେ ରାଜନୀତିକ ବାସ୍ନା ରହିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version