ରାଜ୍ୟ

ଏଣିକି ଡଙ୍ଗାରେ ଜିପିଏସ୍ ଓ ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ

Posted on

ଭୁବନେଶ୍ୱର : ଚିଲିକାରେ ଡଙ୍ଗା ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ପରେ ସରକାରଙ୍କ ଚେତା ପଶିଛି । ଚିଲିକାରେ ଚାଲୁଥିବା ସମସ୍ତ ଡଙ୍ଗାରେ ଜିପିଏସ୍ ସିଷ୍ଟମ ଲଗାଇବା ଓ ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ସମସ୍ତ ଡଙ୍ଗା ଏଣିକି ସରକାରଙ୍କଠୁ ଫିଟନେସ୍ ସାର୍ଟିଫିକେଟ୍ ନେବାକୁ ବାଧ୍ୟ ହେବେ । ମାତ୍ର ଚିଲିକାରେ କେଉଁ କାରଣରୁ ଡଙ୍ଗା ଦୁର୍ଘଟଣା ଘଟିଲା ତାକୁ ନେଇ ପରିବହନ ମନ୍ତ୍ରୀ ଓ ସଚିବଙ୍କ କଥାରେ ତାଳମେଳ ରହୁନଥିବାରୁ ସକାରଭ୍କ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପରିବହନ ମନ୍ତ୍ରୀ ଡଃ ନୃସିଂହ ସାହୁ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ କଣା ଥିଲା । କେବଳ ପବନ ଯୋଗୁ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି କହିବା ଠିକ୍ ନୁହେଁ । ଡଙ୍ଗାରେ ଲାଇଫ ଜ୍ୟାକେଟ୍ ଥିଲା, ଆଉ ଯଦି ଯାତ୍ରୀମାନେ ତାକୁ ଉପଯୋଗ କରିଥାନ୍ତେ ତାହେଲେ ବୁଡ଼ିନଥାନ୍ତେ । ଡଙ୍ଗାର ପଞ୍ଜିକରଣ ନବୀକରଣ ହୋଇନଥିବାରୁ ତା’ର ମାଲିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ମାତ୍ର ଗତକାଲି ପରିବହନ ସଚିବ ଗୁଡେ ଶ୍ରୀନିବାସ କହିଥିଲେ ଯେ ଡଙ୍ଗାରେ ୨୦ଟି ଲାଇଫ୍ ଜ୍ୟାକେଟ୍ ଥିଲା । କିନ୍ତୁ ଝଡ଼ ତୋଫାନବେଳେ ଯାତ୍ରୀମାନେ ତାକୁ ଉପଯୋଗ କରିନଥିଲେ । ଏବଂ ଝଡ଼ତୋଫାନ ଯୋଗୁ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତଦନ୍ତ ରିପୋର୍ଟ ସେ ପାଇଛନ୍ତି, ଖୁବଶୀଘ୍ର ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ପୂର୍ବରୁ ଡଙ୍ଗା ଦୁର୍ଘଟଣାର ପ୍ରଶାସନିକ ତଦନ୍ତ କରିଥିବା ଅଧିକାରୀ ମଧ୍ୟ ପବନ ବୋହିବା ଯୋଗୁ ଡଙ୍ଗାଟି ବୁଡିଯାଇଥିଲା ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version