Latest

ଜାମିନ ପାଇଲେ, କିନ୍ତୁ ଜେଲରୁ ବାହାରି ପରିବେନି ଆକାଶ

Posted on

କଟକ, (ଓଡ଼ିଶା ୱେୟାର)
ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ପୂର୍ବରୁ ଆକାଶଙ୍କ ବାପା ଓ ଭାବି ଶ୍ୱଶୁର ଜାମିନ ପାଇ ଜେଲ୍ରୁ ମୁକୁଳି ସାରିଥିବା ବେଳେ ଏବେ ତାଙ୍କୁ ମିଳିଛି ଜାମିନ। କିନ୍ତୁ ଏବେ ସେ ଜେଲ୍ରୁ ମୁକୁଳି ପାରିବେ ନାହିଁ।
ଚାକିରି କରାଇ ଦେବାକୁ କହି ବହୁ ଯୁବକଯୁବତୀଙ୍କଠାରୁ ଆକାଶ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଜାମିନ ମିଳିଛି। ଏବେ ବି ତାଙ୍କ ନାଁରେ ଥିବା ବହୁ ମାମଲାର ଶୁଣାଣି ଚାଲିଥିବାରୁ ସେ ଜେଲ୍ରୁ ମୁକୁଳି ପାରିବେ ନାହିଁ।
ନିଜକୁ ଟାଟା ମୋଟର୍ସର ଏମ୍ଡି ଭାବେ ପରିଚୟ ଦେଇ ଆକାଶା ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ରହିଛି। ଏନେଇ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିବା ବେଳେ ଗଞ୍ଜାମ ଜିଲ୍ଲାର ବହୁ ଥାନାରେ ବି ମାମଲା ହୋଇଛି।
ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ତଥା ଆକାଶଙ୍କ ଭାବି ଶ୍ୱଶଶୁର ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ଓ ଏଥିପାଇଁ ସେ ଗିରଫ ବି ହୋଇଥିଲେ। ତେବେ ସେ ନିକଟରେ ଜାମିନ୍ ପାଇ ଜେଲ୍ରୁ ମୁକୁଳିଛନ୍ତି।
ସେହିପରି ଆକାଶଙ୍କ ବାପା ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକ ମଧ୍ୟ ଗିରଫ ହୋଇଥିଲେ। ଦୁଇଟି ଠକେଇ ମାମଲା ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଗିରଫ ହୋଇଥିଲେ। ତେବେ ସେ ବି ଜାମିନ୍ ପାଇ ଜେଲ୍ରୁ ମୁକୁଳିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version