Latest

ଆଖି ସମସ୍ୟାକୁ ଦୂର କରିବା ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ

Posted on

ସ୍ମାର୍ଟଯୁଗରେ ଉଭୟ ପୁଅ ଝିଅ ଅଫିସ ଗଲାପରେ ଅଧିକାଂଶ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ସହିତ ଖାଲି ସମୟରେ ଫୋନ ବ୍ୟବହାର କରିବା ଦ୍ୱାରା ଖରାପ ପ୍ରଭାବ ସିଧା ଆଖି ଉପରେ ପଡ଼ିଥାଏ। ଏମିତିକି ଖରା ଆଖିରେ ପଡ଼ିବା ଦ୍ୱାରା ଆଖି ପୋଡ଼ିବା ଆରମ୍ଭ ହୁଏ। ପରେ ଆଖିରୁ ପାଣି ବାହାରେ। ତେବେ ଏହିସବୁ ସମସ୍ୟା ଦେଖାଦେଲେ ବିଲକୁଲ ବି ଅବହେଳା କରନ୍ତୁ ନାହିଁ। ତୁରନ୍ତ ଆଖି ପାଇଁ ସମାଧାନ ବାହାର କରନ୍ତୁ । ତେବେ ଆଜି ଆମେ ଏଥିପାଇଁ କିଛି ଘରୋଇ ଟିପ୍ସ କହିବୁ ଯାହାକୁୂ ଫଲୋ କଲେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିବ।

-ଯଦି ଆପଣଙ୍କ ଆଖିରୁ ଲୁହ ବାରମ୍ବାର ବାହାରୁଛି ଏବଂ ନାଲି ଦାଗ ଦେଖାଯାଉଛି। ତେବେ ୧୦ ଗ୍ରାମ ଶୁଖିଲା ଧନିଆ ମଞ୍ଜିକୁ ୩୦୦ ମିଲି ପାଣିରେ ଫୁଟାଇଦିଅନ୍ତୁ । ଥଣ୍ଡା ହେବା ପରେ ଏହାକୁ ଛାଣି ପାଣିରେ ମୁହଁ ଧୋଇଦିଅନ୍ତୁ । ଏହାପରେ ଆପଣଙ୍କ ଆଖି ଯନ୍ତ୍ରଣା କମିଯିବ।
– ପ୍ରଚୁର ମାତ୍ରାରେ ଶାଗ ଖାଆନ୍ତୁ । କୁହାଯାଏ ଶାଗ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ। ଏହାସହ ଆଖିରୁ ବେଶି ପାଣି ବାହାରେ ନାହିଁ।
-ସୂର୍ଯମୁଖି ଗଛର ମଞ୍ଜିରେ ଭିଟାମିନ ସି, ଭିଟାମିନ ଇ, ଭିଟା କିରୋଟିନ ସହ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଏହାକୁ ପ୍ରତିଦିନ ଖାଇଲେ ଆଖିର ଦୁର୍ବଳତା ହ୍ରାସ ପାଏ।

-ହଳଦୀକୁ ବୁଟ ଡାଲିରେ ସିଝାଇ ଏହାକୁ ଖରାରେ ଶୁଖାଇଦିଅନ୍ତୁ। ଏଥିରେ ପାଣି ମିଶାଇ ସୂର୍ଯ୍ୟାସ୍ତ ପରେ ଆଖିରେ କାଜଲ ରୂପେ ଲଗାନ୍ତୁ । ଏହାଦ୍ୱାରା ଆଖି ନାଲି ପଡ଼ିବା କମିଯିବ।
-ଆଖି ପାଇଁ ସବୁଠୁ ବେଷ୍ଟ ହୋଇଥାଏ ଗାଜର। ଏହାସହ ଆପଣ ଭିଟାମିନ ଏ ଯୁକ୍ତ ଖାଦ୍ୟ ଯେପରି ସେଓ, ପାଚିଲା ଭଣ୍ଡା ଆଦି ଖାଆନ୍ତୁ ।
-ତାଜା ଅଁଳା ରସ ମଧ୍ୟ ଆଖି ପାଇଁ ଭଲ ହୋଇଥାଏ। ଏଥିରେ ମହୁ ମିଶାଇ ସକାଳେ ଖାଆନ୍ତୁ । ଦେଖିବେ ଆଖି ସମସ୍ୟା ଦୂର ହେବ।

– ପାଳଙ୍ଗ ଶାଗରେ ଆଣ୍ଟି ଅକ୍ସିଡାଣ୍ଟ ବହୁ ମାତ୍ରାରେ ରହିଛି। ଏହାର ନିୟମିତ ସେବନ ଦ୍ୱାରା ଦୃଷ୍ଟିଶକ୍ତି ସମସ୍ୟା ଦୂର ହୋଇଥାଏ ।
-ଶେଷରେ ଆପଣ ତ୍ରିଫଳା ମଧ୍ୟ ବ୍ୟବହାର କରିପାରିବେ। ତ୍ରିଫଳା ଚୂର୍ଣ୍ଣକୁ ସକାଳ ସମୟରେ ପାଣିରେ ମିଶାଇ ପିଅନ୍ତୁ। ପ୍ରତିଦିନ ଏହା କରିବା ଦ୍ୱାରା ଅନେକ ରୋଗ ଠିକ ହୋଇଥାଏ। ଏହି ଘରୋଇ ଉପାୟକୁ ଆପଣାଇ ନିଜର ଆଖି ସମସ୍ୟାକୁ ଦୂର କରିପାରିବେ।

Leave a Reply

Your email address will not be published. Required fields are marked *

Most Popular

Exit mobile version