Latest
ଆସିଲା ଅଗଷ୍ଟ ମାସର ଗାଇଡଲାଇନ
ଭୁବନେଶ୍ୱର,,(ଓଡ଼ିଶା ୱେୟାର) : : ସବୁ ଦିଗକୁ ଲକ୍ଷ୍ୟ କରି ରାଜ୍ୟ ସରକାର କେହାଳ କରିଛନ୍ତି କଟକଣା। ତେବେ କଣ କଣ ଖୋଲିବ ଓ କଣ ରହିବ କଟକଣା ନଜର ପକାନ୍ତୁ।
ସାରା ରାଜ୍ୟରେ ସିନେମା ହଲ,ପାର୍କ, ସମୁଦ୍ରକୂଳ, ମଲ୍ ଓ ବଡ଼ ବଡ଼ ବ୍ୟକସାୟିକ ପ୍ରତିଷ୍ଠାନ ଇତ୍ୟାଦି ଖୋଲିବ । ସେହିପରି ଯାତ୍ରା ରଙ୍ଗମଞ୍ଚ ୫୦ ପ୍ରତିଶତ ଦର୍ଶକରେ ଚାଲିପରିବ । ଫିଲ୍ମ ହଲ ଓ ଅନ୍ୟାନ ଆବଦ୍ଧ ହଲ ୫୦ ପ୍ରତିଶତ ଦର୍ଶକରେ ଖୋଲି ପାରିବ। ତେବେ କରୋନା ଗାଇଡ଼ ଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।
ଚା କୋଭିଡ୍ କଟକଣାରେ ଖୋଲିବ ଧର୍ମାନୁଷ୍ଠାନ
ଚା ଅଗଷ୍ଟ ମାସରେ ସାରା ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଜାରି ରହିବ
ଚା ସାରା ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ନାଇଟ୍ କର୍ଫ୍ୟୁ
ଚା ଭୁବନେଶ୍ୱର, କଟକ ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍
ଚା ସପ୍ତାହାନ୍ତ ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ
ଚା ସାରା ରାଜ୍ୟରେ ଦୋକାନ ବଜାର ଓ ମଲ୍ ଖୋଲିବ
ଚା ଧାର୍ମିକ, ରାଜନୈତିକ ଓ ସାମାଜିିକ ସମାବେଶ ହେବ ନାହିଁ
ଚା ପ୍ରଦର୍ଶନୀ, ମେଳା ମହୋତ୍ସବ ଆୟୋଜନ ବାରଣ
ଚା ଅଗଷ୍ଟରେ ପାର୍କ, ବିଚ୍ ଖୋଲା ରହିବ
ଚା ପାର୍କ ଓ ବିଚ୍ରେ କୋଭିଡ୍ ଗାଇଡଲାଇନ୍ ମାନିବେ
ଚା ଆହାର କେନ୍ଦ୍ର ଖୋଲା ରହିବ
ଚା ସିନେମା ହଲ୍ ୫୦ ପ୍ରତିଶତ କ୍ଷମତାରେ ଖୋଲିବ
ଚା ମଲ୍ରେ କୋଭିଡ୍ ଗାଇଡଲାଇନ୍ ମାନିବେ
ଚା ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍ ଖୋଲିବ
ଚା ରେସ୍ତୋରାଁ, ବାର୍, ହୋଟେଲ୍ ୫୦% କ୍ଷମତା ସହ ଖୋଲିବ
ଚା ସିନେମା ହଲ୍, ଥିଏଟର, ନାଟ୍ୟଶାଳା, ସମ୍ମିଳନୀ କକ୍ଷ ୫୦% କ୍ଷମତା ସହ ଖୋଲିବ
ଚା ସିନେମା ହଲ୍, ଥିଏଟର, ହୋଟେଲ, ରେସ୍ତୋରାଁ, ବାର୍ ମାଲିକ କୋଭିଡ୍ ନିୟମ ପାଳନ ସୁନିଶ୍ଚିତ କରିବେ
ଚା ଭୁବନେଶ୍ୱର, କଟକ ଓ ପୁରୀ ସହରରେ ହୋଟେଲ୍, ମଲ୍,ବାର୍, ଢାବାରେ ପ୍ରବେଶ ପାଇଁ ପ୍ରାପ୍ତ ବୟସ୍କଙ୍କୁ କୋଭିଡ୍ ଟିକାକରଣ ସାର୍ଟିଫିକେଟ୍ ବାଧ୍ୟତାମୂଳକ
ଚା ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ
ଚା ପୁରୀ ଓ ଲିଙ୍ଗରାଜ ମନ୍ଦିର ପାଇଁ ପରିଚାଳନା କମିଟି ନେବେ ନିଷ୍ପତ୍ତି
ଚା ସେପ୍ଟେମ୍ବର ୧ ଯାଏ ବଳବତ୍ତର ରହିବ ଏହି ଗାଇଡ୍ଲାଇନ୍