Latest

ଆମେରିକା କେଣ୍ଟୁକିରେ ଘୂର୍ଣ୍ଣିଝଡ଼: ମାଟିରେ ମିଶିଛି କୋଠାବାଡ଼ି, ଘରଦ୍ୱାର

Posted on

ନୂଆଦିଲ୍ଲୀ: ଘୂର୍ଣ୍ଣିଝଡ଼ରେ ମାଟିରେ ମିଶିଛି କୋଠାବାଡ଼ି, ଘରଦ୍ୱାର । ଟର୍ଣ୍ଣାଡୋ ରଚିଲା ତାଣ୍ଡବ । ଆମେରିକାରେ କେଣ୍ଟୁକିରେ ଧ୍ୱଂସର ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ । ଟର୍ଣ୍ଣାଡୋର ମାଡ଼ରେ ବେଶୀ କ୍ଷତବିକ୍ଷତ ହୋଇଛି ଗ୍ରେଭ୍ସ କାଉଣ୍ଟି। ଗାଡ଼ିମୋଟର କାହିଁ କେତେ ଦୂର ଉଡ଼ାଇ ନେଲା । ମୋଡ଼ି ମକଚି ଫିଙ୍ଗି ଦେଲା ପ୍ରଳୟଙ୍କରୀ ଟର୍ଣ୍ଣାଡୋ । । ବର୍ତ୍ତମାନ ସୁଦ୍ଧା ୧୦୦ ଲୋକଙ୍କର ଜୀବନ ନେଇଛି । ଏ ସଂଖ୍ୟା ଆହୁରି ବଢିପାରେ । ବ୍ୟାପକ କ୍ଷୟକ୍ଷତି । ଧନସମ୍ପତ୍ତି ହାନୀ । ମେଫିଲ୍ଟ ସହରରେ ବ୍ୟାପକ କ୍ଷତି ହୋଇଛି । କେଣ୍ଟୁକି ଇତିହାସରେ ଆସିଛି ସବୁଠୁ ବଡ଼ ଘୂର୍ଣ୍ଣିଝଡ଼।
ଗତକାଲି ରାତିରେ ମାଡ଼ି ଆସିଥିଲା ଝଡ଼ ତୋଫାନ । ସାଙ୍ଗରେ ଆଣିଥିଲା ପ୍ରଳୟ । ୭୦ରୁ ୧୦୦ ମାଇଲ୍‌ ଯାଏ ମାଡ଼ି ଯାଇଥିଲା । ସାମନାରେ ଯାହା ପାଇଲା ସାଙ୍ଗରେ ନେଇଗଲା । ଉପୁଡ଼ି ଯାଇଛି ବଡ଼ ବଡ଼ ବିଦ୍ୟୁତ ଖୁଣ୍ଟ । ଅନ୍ଧାରରେ ୨ଲକ୍ଷ ୪୦ ହଜାରରୁ ଅଧିକ ଲୋକ । ଟର୍ଣ୍ଣାଡୋ ଦ୍ୱାରା ପ୍ରଭାବିତ ହୋଇଛି ଆମେରିକାର ୫ଟି ରାଜ୍ୟ ଆରକାନ୍‌ସାସ୍‌, ଇଲିନୋଇସ୍‌, କେଣ୍ଟୁକି, ମିସୋରୀ ଏବଂ ଟେନିଜି ରାଜ୍ୟ ।କେଣ୍ଟୁକିରେ ଜରୁରୀ ସ୍ଥିତି ଘୋଷଣା କରାଯାଇଛି।

ଟର୍ଣ୍ଣାଡୋ ସାଧାରଣତଃ ଅଳ୍ପ ସମୟ ପାଇଁ ଆସି ତାଣ୍ଡବ ରଚେ। କିଛି ବର୍ଷ ହେଲା ବାରମ୍ବାର ଟର୍ଣ୍ଣାଡୋ ଆସୁଛି। ଏଥର ଡିସେମମ୍ବର ମାସରେ ଏପରି ଶକ୍ତିଶାଳୀ ଟର୍ଣ୍ଣାଡୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟର୍ଣ୍ଣାଡୋ ସହ ବିଶ୍ୱ ଜଳବାୟୁ ପରିବର୍ତ୍ତନର କଣ ସମ୍ପର୍କ ସେ ନେଇ ଅନୁଧ୍ୟାନ ଜାରି ରହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version