ରାଜ୍ୟ

ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ

Posted on

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୩ ବ୍ୟାଚ ଆଇଏଏସ ଧୀରେନ୍ କୁମାର ପଟ୍ଟନାୟକଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଥିବାବେଳେ ୨୦୦୮ ବ୍ୟାଚ ଆଇଏଏସ ବି.ପରମେଶ୍ୱରଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ,୨୦୦୫ ବ୍ୟାଚ ଆଇଏଏସ ରତ୍ନାକର ରାଉତଙ୍କୁ ଓରେଡା ମୁଖ୍ୟ କାର୍ଯ୍ୟନିର୍ବାହୀ, ଆଇଏଏସ ଶରତ ଚନ୍ଦ୍ର ନାୟକଙ୍କୁ କଟକ ମହାନଗର ନିଗମର କମିଶନର ଓ ୨୦୧୪ ବ୍ୟାଚ ଆଇଏଏସ ବି.ସ୍ୱଧାଦେବଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version