Latest

ଜେଲରୁ ମୁକୁଳିଲେ ଆଇଏଫଏସ ଅଭୟ ପାଠକ

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର): ଜେଲରୁ ବାହାରିଲେ ଆଇଏଫଏସ ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ଧରି ଜେଲରେ ରହିବା ପରେ ଝାରପଡ଼ା ଜେଲରୁ ମୁକୁଳିଲେ ଅଭୟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ। ଗତ ନଭେମ୍ବର ୨୭ ତାରିଖରେ ଗିରଫ କରିଥିଲା ଭିଜିଲାନ୍ସ। ଏହା ବ୍ୟତୀତ ତାଙ୍କ ନାଁରେ ୨ଟି ଠକେଇ ମାମଲା ମଧ୍ୟ ଥିଲା। ଗୁରୁବାର ତୃତୀୟ ମାମଲାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ଓଡ଼ିଶା ହାଇକୋର୍ଟ। ୨ ଲକ୍ଷ ଟଙ୍କାର ୨ଟି ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଥିଲେ କୋର୍ଟ। ତାଙ୍କ ବିରୋଧରେ ଥିବା ସମସ୍ତ ୩ ମାମଲାରେ ଜାମିନ ପାଇବା ପରେ ଆଜି ଜେଲ୍ରୁ ବାହାରିଲେ ଅଭୟ ପାଠକ।
ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଓୠଝ ଅଭୟ ପାଠକଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ତାଙ୍କ ପେଡି ଖୋଳୁ ଖୋଳୁ ଧରାପଡ଼ିଥିଲା ପୁଅ ଆକାଶ ପାଠକ। ସେ ମଧ୍ୟ ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କୁ ଠକାଇଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପରେ ଆକାଶଙ୍କୁ ଗିରଫ କରିଥିଲା। ଦୀର୍ଘ ୬ ମାସ ଧରି ଜେଲ୍ରେ ରହିବା ପରେ ଆଜି ଆଇଏଫ୍ଏସ୍ ଅଭୟ ପାଠକ ଝାରପଡ଼ା ଜେଲ୍ରୁ ବାହାରିଛନ୍ତି। ତାଙ୍କ ପୁଅ ଏବେ ମଧ୍ୟ ଜେଲ୍ରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version