Latest
ପରଲୋକରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି
ଭୁବନେଶ୍ୱର, (ଓଡ଼ିଶା ୱେୟାର) : ବ୍ରରାଜନଗର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ୨୦୦୮ରୁ ୨୦୦୯ ଯାଏ ବିଧାନସଭା ଗୃହରେ ବାଚସ୍ପତି ଦାୟିତ୍ୱ ତୁଲାଇ ଥିଲେ । ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ଯୁ ହୋଇଛି। ତାଙ୍କୁ ୬୩ବର୍ଷ ହୋଇଥିଲା । ସେ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦, ୨୦୦୪ ଓ ୨୦୧୯ରେ ବିଧାନସଭାରେ ପ୍ରତିନିଧତ୍ତ୍ୱ କରୁ। ପ୍ରଥମେ ଝାରସୁଗୁଡା ଓ ପରେ ବ୍ରଜରାଜନଗରରୁ ବିଧାୟକ ହୋଇଥିଲେ ।