Latest
ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୭ କରୋନା ଆକ୍ରାନ୍ତ ଚିହ୍ନଟ, ୬ ମୃତ
ଭୁବନେଶ୍ୱର (ଓଡ଼ିଶା ୱେୟାର): ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭୪ଜଣ ୧୮ ବର୍ଷରୁ କମ୍ ବର୍ଗର ଅଛନ୍ତି। ୪୦୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୬୯ଟି ହେଉଛି ଲୋକାଲ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୭ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୋଳ ଜିଲ୍ଲାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୬, ବରଗଡ଼ରୁ ଜଣେ , ଭଦ୍ରକରୁ ୨, କଟକରୁ ୬୩, ଦେବଗଡ଼ରୁ ୨, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, କଳାହାଣ୍ଡି ୩, କେନ୍ଦ୍ରାପଡ଼ାରୁ ୧୦, କୋରାପୁଟରୁ ୩, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୬, ନୟାଗଡ଼ରୁ ୫, ପୁରୀରୁ ୧୯, ସମ୍ବଲପୁରର ୧୧, ସୁନ୍ଦରଗଡ଼ରୁ ୨ ଓ ଷ୍ଟେଟ୍ ପୁଲ୍ରୁ ୩୯ ଜଣ ଅଛନ୍ତି।