Latest

ସ୍ୱାଧୀନତା ଦିବସ ପାଳନରେ କୋହଳ ହେବ କଟକଣା

Posted on

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): କରୋନା ସମୟରେ ସ୍ୱାଧୀନତା ଦିବସ ପାଳନରେ କୋହଳ ହେବ କଟକଣା। ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଥିବାରୁ ଏହାକୁ ସାମାନ୍ୟ କୋହଳ କରାଯାଇଛି। ଦିନ ୧୧ଟା ସୁଦ୍ଧା ପତାକା ଉତ୍ତୋଳନ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। କୋଭିଡ ଗାଇଡଲାଇଲରେ ସ୍ୱାଧୀନତା ଦିବସ ପାଳନ ସହ ସର୍ବାଧିକ ୧୦ଜଣଙ୍କୁ ଏକତ୍ରିତ ହେବାକୁ ଅନୁମତି ରହିଛି।
ତେଣୁ କୌଣସି ସରକାରୀ ଓ ବେସରକାରୀ ସ୍କୁଲରେ ପତାକା ଉତ୍ତୋଳନରେ ଛାତ୍ରଛାତ୍ରୀ ଭାଗ ନେଇପାରିବେ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବା ଓ ବିଧିବଦ୍ଧ ସାନିଟାଇଡ ପାଇଁ ନିର୍ଦ୍ଦେଶ ରହିଛି। ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ସର୍ବାଧିକ ୨୦ଜଣଙ୍କୁ ସାମିଲ ହେବାକୁ ଅନୁମତି ରହିଛି। ଏନେଇ ଏସଆରସିଙ୍କ ପକ୍ଷରୁ ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ ଜାରି ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version