Latest

ସ୍ୱାଧୀନ ପ୍ରାର୍ଥୀ ହାତେଇଲା ଭଦ୍ରକ ଏନ୍‌ଏସି

Posted on

ଭଦ୍ରକ (ଓଡ଼ିଶା ୱେୟାର): ଭଦ୍ରକ ଏନ୍‌ଏସିରେ ବିଜୟ ମୁକୁଟ ପିନ୍ଧିଲେ ସ୍ୱାଧୀନ ପ୍ରାର୍ଥୀ ଗୁଲ୍‌ମୁକି ଦଲାଓ୍ୱାଜୀ ହବିବ୍‌ । ବିଜେଡି ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୩୨୫୬ଖଣ୍ଡ ଭୋଟ୍‌ରେ ଦେଲେ ମାତ୍‌ । ସ୍ୱାଧୀନ ପ୍ରାର୍ଥୀ ଗୁଲ୍‌ମୁକି ଦଲାଓ୍ୱାଜୀ ହବିବ୍‌ ଜିତିବା ପରେ ପୁରା ଅଞ୍ଚଳ ଏବେ ଉତ୍ସବମୁଖର ହୋଇଛି । ବିଜେଡିକୁ କଡ଼ା ମୁକାବିଲା ଦେଇ ଜିତିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସ୍ୱାଧୀନ ପ୍ରାର୍ଥୀ ଗୁଲ୍‌ମୁକି ଦଲାଓ୍ୱାଜୀ ହବିବ୍‌ ନିର୍ବାଚନରେ ମୋଟ ୨୮୧୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ସମିତା ମିଶ୍ରଙ୍କୁ ୨୪୮୫୯ ଖଣ୍ଡ ଭୋଟ ପାଇଁ ୨ୟ ସ୍ଥାନରେ ରହିଛନ୍ତି । ଏଭଳି ଭଦ୍ରକ ଏନ୍‌ଏସି ଲଢେଇ କଂଗ୍ରେସ ଓ ବିଜେପି ବହୁ ପଛରେ ପଡିଯାଇଛନ୍ତି । ବିଜେପି ପ୍ରାର୍ଥୀ ଗୀତାଞ୍ଜଳୀ ପଢିଆରୀ ୬୭୮୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅମିତାବାଳା ଆଚାର୍ଯ୍ୟ ୧୯୦୭ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ନିର୍ବାଚନରେ ନିଜର ଅମାନତ ହରାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version