ରାଜ୍ୟ

ବଦଳିଲେ ଏସଟିଏଫ୍ ମୁଖ୍ୟ ହିମାଂଶୁ ଲାଲ

Posted on

ଭୁବନେଶ୍ୱର:ରାଜ୍ୟ ସରକାର ଆଜି ବରିଷ୍ଠ ପୁଲିସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । କ୍ରାଇମବ୍ରାଂଚର ସ୍ପେଶାଲ ଟ୍ୟାସ୍କ ଫୋର୍ସ ଡିଆଇଜି ତଥା ୨୦୦୩ ବ୍ୟାଚ୍ ଆଇପିଏସ ହିମାଂଶୁ ଲାଲଙ୍କୁ ଓଡ଼ିଶା ଆର୍ମଡ ପୁଲିସ(ଓଏସଏପି) ଡିଆଇଜି ଭାବେ ବଦଳି କରାଯାଇଛି।ଶ୍ରୀ ଲାଲ ଗତ ଜୁନ୍ ମାସରେ ଏସଟିଏଫ୍ ଡିଆଇଜି ଭାବେ ନିଯୁକ୍ତି ପାଇଥିଲେ ଓ ଗ୍ୟାଙ୍ଗଷ୍ଟାର ଟିଟୋ ନେଟୱାର୍କକୁ ଧୂଳିସାତ କରିବାରେ ସକ୍ଷମ ହୋଇଥିଲେ।ଶ୍ରୀ ଲାଲଙ୍କ ସ୍ଥାନରେ ଏସଟିଏଫ୍ ମୁଖ୍ୟ ଭାବେ ୨୦୦୦ ବ୍ୟାଚ ଆଇପିଏସ ତଥା ଆଇଜି ଯତୀନ୍ଦ୍ର କୋଏଲ ଦାୟିତ୍ୱ ତୁଲାଇବେ।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କେନ୍ଦ୍ରୀୟ ଡେପୁଟେସନରେ ଫେରିଥିବା ୧୯୮୪ ବ୍ୟାଚ ଆଇପିଏସ ଆରପି ସିଂହଙ୍କୁ ଜେଲ ଡିଜି ଓ ନିର୍ଦ୍ଦେଶକ(କରେକ୍ସନାଲ ସର୍ଭିସ) ଭାବେ ଅବସ୍ଥାପିତ କରିଯାଇଛି।ଶ୍ରୀ ସିଂ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେବେ।ସେହିପରି ୧୯୮୮ ବ୍ୟାଚ ଆଇପିଏସ୍ ଅତିରିକ୍ତ ଡିଜି(ଜେଲ୍) ବିଏନ୍ ଝାଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି।୨୦୦୧ ଆଇପିଏସ ସୂର‌୍ୟା ଥାଙ୍କପନ୍ଙ୍କୁ ଭିଜିଲାନ୍ସ ଡିଆଇଜି, ବରିଷ୍ଠ ଓପିଏସ ପ୍ରଭାକର ସ୍ୱାଇଁଙ୍କୁ ବୈରୀ ପୁଲିସ ପ୍ରଶିକ୍ଷଣ କେନ୍ଦ୍ରର ଇନ୍ଚାର୍ଜ ଏସପି ଓ ବରିଷ୍ଠ ଓପିଏସ ଶ୍ରୀକୃଷ୍ଣ ବେହେରାଙ୍କୁ ଭୁବନେଶ୍ୱରରେ ମେରାଇନ ପୁଲିସର ଅତିରିକ୍ତ ଆଇଜି(ଇନଚାର୍ଜ) ଭାବେ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version