Latest

ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଜେରା

Posted on

ପ୍ରିୟଙ୍କା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଜେରା

ଭୁବନେଶ୍ୱର ,(ଓଡ଼ିଶା ୱେୟାର): ଖୋଲିବ ଭୁବନେଶ୍ୱର ଭୀମଟାଙ୍ଗୀ ପ୍ରିୟଙ୍କା ହତ୍ୟାର ଗୁମର। ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନକୁ ଜେରା। ଏମ୍ସରୁ ଡିସଚାର୍ଜ ପରେ ଏୟାରଫିଲ୍ଡ ଥାନାରେ ଜେରା କରୁଛି ପୋଲିସ। ଜେରା ଶେଷ ପରେ ତାକୁ କୋର୍ଟ ଚାଲାଣ କରାଯିବ। ହତ୍ୟାକାଣ୍ଡ ସଂପର୍କରେ ଜଗନ୍ନାଥକୁ ଅଧିକ ପଚରାଉଚରା କରାଯାଉଛି। କ୍ୟାପିଟାଲ ହସ୍ପିଟାଲରୁ ଏକ ଟିମ୍ ଆସି ଜଗନ୍ନାଥଙ୍କ କୋଭିଡ୍ ଟେଷ୍ଟ କରିଚି।ତେବେ ରିପୋର୍ଟ ନେଗେଟିଭ୍ ଆସିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ତାର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଏଭିତରେ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ବ୍ୟବଛେଦ ରିପୋର୍ଟ ପୋଲିସ ହାତରେ ଲାଗିଛି । ପ୍ରିୟଙ୍କାଙ୍କ ଶରୀରରେ ଏକାଧିକ ଆଘାତ ଥିବା ରିପୋର୍ଟରୁ ଜଣାପଡିଥିଲା। ଗତ ୫ ତାରିଖରେ ପ୍ରିୟଙ୍କାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ। ଏହାପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଘଟଣା ପରଠାରୁ ଚିକିତ୍ସା ପାଇଁ ଜଗନ୍ନାଥକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ ଏକ ଶିର କଟିଥିବାରୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version