Latest

‘ଏନଡିଟିଭି’ର ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନଙ୍କ ଦେହାନ୍ତ

Posted on

ଲକ୍ଷ୍ନୌ: ହୃଦ୍‌ଘାତ କାରଣରୁ ‘ଏନ୍‌ଡିଟିଭି’ର ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନଙ୍କର ମୃତ୍ୟୁ ଘଟିଥିବା କଥା ତାଙ୍କ ପତ୍ନୀ ସୁନିଶ୍ଚିତ କରି କହିଛନ୍ତି। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଦୀର୍ଘ ବର୍ଷ ଧରି କମାଲ୍‌ ‘ଏନ୍‌ଡିଟିଭି’କୁ ଉତ୍ତର ପ୍ରଦେଶ ସମ୍ବାଦ ଯୋଗାଉଥିଲେ। ତାଙ୍କଦ୍ବାରା ରିପୋର୍ଟ ହୋଇଥିବା ଖବର ଉପରେ ସମଗ୍ର ଦେଶବାସୀଙ୍କର ଅଗାଧ ବିଶ୍ବାସ ଥିଲା। ତାଙ୍କର ମୃତ୍ୟୁ ଯୋଗୁଁ ଗଣମାଧ୍ୟମ ଦୁନିଆରେ ବଡ଼ କ୍ଷତି ଘଟିଲା।

ଏଭଳି ଦୁଃଖଦାୟକ ଘଟଣା ସଂକ୍ରାନ୍ତରେ ଟୁଇଟ୍‌ କରି ‘ଏନ୍‌ଡିଟିଭି’ ଲେଖିଛି, ‘ଏନ୍‌ଡିଟିଭି’ର ଜଣେ ବରିଷ୍ଠ ତଥା ଦେଶର ଜଣେ ସର୍ବୋତ୍ତମ ସାମ୍ବାଦିକ କମାଲ୍‌ ଖାନ୍‌ଙ୍କୁ ହରାଇ ଆମେ ଭାଙ୍ଗିପଡ଼ିଛୁ। ଏହା ବ୍ୟତିତ, ତାଙ୍କ ମୃତ୍ୟୁ ପରେ ‘ଏନ୍‌ଡିଟିଭି’ ରିଲିଜ୍‌ କରିଥିବା ବିବୃତିରେ ଉଲ୍ଲେଖ ଅଛି, ଆଜି ‘ଏନ୍‌ଡିଟିଭି’ ପରିବାରରେ ଗୋଟାଏ ବିଧ୍ବସ୍ତକାରୀ ତଥା ଅପୂରଣୀୟ କ୍ଷତି ଘଟିଲା। ଆମ ଲକ୍ଷ୍ନୌ ବ୍ୟୁରୋର ମୁଖ୍ୟ, ବରିଷ୍ଠ ସାମ୍ବାଦିକ କମାଲ୍‌ ଖାନଙ୍କର ଆଜି ସକାଳେ ଅପ୍ରତ୍ୟାଶିତ ଭାବେ ମୃତ୍ୟୁ ଘଟିଛି। ଗତ ଏକ ଦଶନ୍ଧି ଧରି କମାଲଙ୍କ ରିପୋର୍ଟ ଥିଲା ଅନ୍ତର୍ଦୃଷ୍ଟିଭରା ଓ ସତ୍ୟନିଷ୍ଠ ସମ୍ପନ୍ନ। ଅପ୍ରିୟ ସତ୍ୟକୁ ଅତି ସହଜ ସୁଲଭ ଢଙ୍ଗରେ ପ୍ରକାଶ କରିବାରେ ତାଙ୍କର ପାରଦର୍ଶୀତା ଥିଲା। ସବୁଠୁ ବଡ଼ କଥା ହେଉଛି, ସେ ଥିଲେ ଜଣେ ଚମତ୍କାର ମିଣିଷ। ତାଙ୍କୁ ଜାଣିଥିବା ସମସ୍ତ ବ୍ୟକ୍ତିଙ୍କର ସେ ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କର ପରିବାରବର୍ଗଙ୍କ ପ୍ରତି ଆମର ନିଷ୍ଠାପର ସମବେଦନା ଓ ଦିବଂଗତ ଆତ୍ମା ପାଇଁ ପ୍ରାର୍ଥନା।

Leave a Reply

Your email address will not be published. Required fields are marked *

Most Popular

Exit mobile version