Latest

କମିଲା ବସ ଭଡ଼ା

Posted on

ଭୁବନେଶ୍ବର,(ଓଡ଼ିଶା ୱେୟାର) : ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ରାଜ୍ୟରେ କମିଲା ବସ ଭଡ଼ା। ଡିଜେଲ ଦର ହ୍ରାସ ରାଜ୍ୟ ପରିବହନ ବିଭାଗ କମାଇଛି ବସ ଭଡା। ନଜର ପକାନ୍ତୁ କେଉଁ ବସ କେତେ ଭଡା କମାଇଛି?

ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପ୍ରତି ୫ ପଇସା କମାଯାଇଛି। ସାଧାରଣ ବସ ଭ଼ଡା କିମି ପ୍ରତି ୯୨ ପଇସା ଥିବା ବେଳେ ଏହାକୁ ୮୭ ପଇସା ଓ ଏକ୍ସପ୍ରେସ ଭଡ଼ା ୯୬ ପଇସାରୁ ୯୧ ପଇସାକୁ ହ୍ରାସ କରାଯାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ କିମି ପ୍ରତି ୧୦ ପଇସା କମାଯାଇଛି। ଡିଲକ୍ସ ବସ ଭଡ଼ା କିମି ପ୍ରତି ୧୩୫ ପଇସା ଥିବା ବେଳେ ଏହାକୁ ୧୨୫ ପଇସା ଓ ଏସି ଡିଲକ୍ସ ବସ ଭଡ଼ାକୁ ୧୬୩ପଇସାରୁ ୧୫୩ ପଇସାକୁ ହ୍ରାସ ପାଇଛି।

ସୁପ୍ରିମ ପ୍ରିମିୟମ ଭଡ଼ା କିମି ପ୍ରତି ୨୫୩ରୁ ୨୩୮ ପଇସାକୁ ଅର୍ଥାତ ୧୫ ପଇସା କମାଯାଇଛି। ଏହି ଭଡ଼ା ତତ୍କାଳ ଲାଗୁ ହେବ ବୋଲି ପରିବହନ କମିସନରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ଭାଟ କମାଇବା ପରେ ଡିଜେଲ ଦର କମିଥିବାରୁ ବସ ଭଡ଼ା କମାଯାଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version