Latest

ବିଜେପିର ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପଶିଲା କରୋନା

Posted on

ନୂଆଦିଲ୍ଲୀ : ବିଜେପିର ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପଶିଲା କରୋନା। ପାର୍ଟି ମୁଖ୍ୟାଳୟରେ ୪୨ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଓ ପାର୍ଟିର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି। ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏଭଳି ଖବର ବିଜେପିକୁ ଝଟକା ଦେଇଛି। ରିପୋର୍ଟ ମୁତାବକ, ଗତ ସୋମବାର ପାର୍ଟି ମୁଖ୍ୟାଳୟରେ ଶତାଧିକ କର୍ମୀଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୨ ଜଣ କର୍ମୀଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏତେ ସଂଖ୍ୟାର ଲୋକ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ଜଣାଯାଇଛି। ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୁବ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କ ଟେଷ୍ଟ କରିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ନିକଟରେ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଗକୁ ନିର୍ବାଚନ ଥିବାରୁ ବିଜେପି ପାଇଁ କରୋନା ବିପଦ ଆଣିବା ଭଳି ସ୍ଥିତି ସୃଷ୍ଟି କରିଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version