Latest

କୁନ୍ନୁର ହେଲିକପ୍ଟର କ୍ରାସ: ସହିଦଙ୍କ ପରିବାରକୁ ମିଳିବ ୫୦ ଲକ୍ଷ: ଯୋଗୀ

Posted on

ଲକ୍ଷ୍ନୌ: କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଆଗ୍ରାର ୱିଙ୍ଗ କମାଣ୍ଡର ର ପୃଥ୍ଵୀ ସିଂ ଚୌହ୍ଵାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୃଥ୍ଵୀ ସିଂଙ୍କ ସରନ ନଗର ସ୍ଥିତ ବାସଭବନରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପହଞ୍ଚି ଶହୀଦ କମାଣ୍ଡରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଶହୀଦଙ୍କ ପିତାଙ୍କୁ ସାନ୍ତ୍ୱନା ଦେଇଥିଲେ। କେନ୍ଦ୍ର ରାଜ୍ୟମନ୍ତ୍ରୀ ପ୍ରଫେସର ଏସପି ସିଂହ ବାଘେଲ, ମେୟର ନବୀନ ଜୈନ ଓ ସହରର ବିଧାୟକଗଣ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଓ୍ଵିଙ୍ଗ କମାଣ୍ଡର ପୃଥ୍ଵୀ ସିଂ ଚୌହ୍ଵାନଙ୍କ ପରିଜନଙ୍କୁ ଭେଟି ସାନ୍ତନା ଦେଇଥିଲେ। ପରିବାରକୁ ଭେଟି ଆଦିତ୍ୟନାଥ କହିଥିଲେ, ଦୁର୍ଘଟଣାରେ ପୁରା ଦେଶ ଶୋକାକୁଳ ଏବଂ ମର୍ମାହତ। ଦେଶବାସୀ ସମବେଦନା ସହ ସହିଦଙ୍କ ପରିବାର ସହ ଛିଡା ହୋଇଛନ୍ତି। ସହିଦଙ୍କ ପରିବାରକୁ ଭେଟି ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ଶହୀଦ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଏବଂ ଗୋଟିଏ ସଂସ୍ଥାର ନାଁ ସହିଦଙ୍କ ନାଁରେ ରଖାଯିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସହିଦଙ୍କ ପରିବାରକୁ ପୂର୍ଣ୍ଣ ସହଯୋଗ ଦିଆଯିବ। ଆଗ୍ରା ପୂର୍ବରୁ ଯୋଗୀ ଦିଲ୍ଲୀ ପହଞ୍ଚି ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ ଶହୀଦ ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାପରେ ୱିଙ୍ଗ କମାଣ୍ଡର ପୃଥ୍ଵୀ ସିଂହଙ୍କ ଘରକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version