Latest

ଚିତାବାଘ ଚମଡ଼ା, ହାତୀ ଦାନ୍ତ ଓ ବଜ୍ରକାପ୍ତା କାତି ଜବତ, ଜଣେ ଗିରଫ

Posted on

ଭୁବନେଶ୍ୱର, (ଓଡ଼ିଶା ୱେୟାର) : ଦେବଗଡ଼ ଜିଲ୍ଲାରେ ଜଣେ ବ୍ଯକ୍ତିଙ୍କ ଘରୁ ଚିତାବାଘର ଚମଡ଼ା, ଗୋଟିଏ ହାତୀ ଦାନ୍ତ ଏବଂ ବଜ୍ରକାପ୍ତାର କାତି ଉଦ୍ଧାର ହେବା ପରେ ତାଙ୍କୁ ଗିରଫ କରାଯାଇଛି । ସ୍ବତନ୍ତ୍ର ଟାସ୍କଫୋର୍ସ କର୍ମଚାରୀଙ୍କ ଏକ ଟିମ୍ ତେଲିବାନୀ ନିକଟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ଉକ୍ତ ବ୍ଯକ୍ତିଙ୍କୁ ଗିରଫ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେ କହିଛନ୍ତି ଯେ ବଣୁଆ ଜନ୍ତୁର ଶରୀରର ଅଙ୍ଗ କାରବାର ଅଭିଯୋଗରେ ଉକ୍ତ ବ୍ଯକ୍ତିଙ୍କୁ ଗିରଫ କରାଯାଇ ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ ଦେବଗଡ ଜଙ୍ଗଲ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଜବତ ହୋଇଥିବା ଚିତାବାଘ ଚମଡ଼ା, ହାତୀ ଦନ୍ତ ଏବଂ ବଜ୍ରକାପ୍ତାର କାତି ରାସାୟନିକ ପରୀକ୍ଷା ପାଇଁ ଉତ୍ତରାଖଣ୍ଡର ଡେରାଡୁନ୍ ଓ୍ୱାଇଲ୍ଡ ଲାଇଫ୍ ଇନଷ୍ଟିଚୁ୍ଯଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ଅଧିକ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।
ସୂଚନାଥାଉକି, ୨୦୨୦ ପରଠାରୁ, ଏସଟିଏଫ ୨୫ ଟି ଚିତାବାଘ ଚମଡ଼ା, ୧୩ ଟି ହାତୀ ଦାନ୍ତ , ସାତୋଟି ହରିଣର ଚମଡ଼ା, ନଅଟି ବଜ୍ରକାପ୍ତା ଏବଂ ୧୬ କିଲୋଗ୍ରାମରୁ ଅଧିକ ବଜ୍ରକାପ୍ତା କାତି ଜବତ କରିଛି ଏବଂ ବନ୍ଯଜନ୍ତୁ ଚୋରା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫୫ ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version